ରାୟଗଡ଼/(ପ୍ରତିବାଦର ସ୍ବର ଆନ୍ଦୋଳନ ନ୍ୟୁଜ) କାଶିପୁର ବ୍ଲକ ରେ ଗଢି ଉଠିଥିବା ଆଦିତ୍ୟ ବିର୍ଲା ଗ୍ରୁପ୍ ର ଉତ୍କଳ ଆଲୁମିନା ପ୍ରକଳ୍ପ ରେ ଆଜି ପ୍ରଥମ ଥର ପାଇଁ ଶ୍ରମିକ ମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି,ଏହି ୟୁନିଅନ ଦୀର୍ଘ 7/8 ବର୍ଷ ପରେ ଏହି ନିଷ୍ପତି ନେଇଥିବା ଜଣାପଡିଛି,ଏହାକୁ ଉତ୍କଳ ଆଲୁମିନା ର ମାନବ ସମ୍ବଳ ବିଭାଗ ଅଧିକାରୀ ଶ୍ରୀ ଆର. ପି. ସିଂ, ମୟୂର କ୍ରିଷ୍ଣା ଓ ସମସ୍ତ ଟିମ୍ ସହଯୋଗ କରି ଆଗେଇ ନେଇଥିଲେ, ଏହି ନିର୍ବାଚନ ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଦୋରାଗୁଡ଼ା ପୋଲିସ ଓ ଉତ୍କଳ ସିକ୍ୟୁରିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା, କୋଭିଡ ନିୟମ କୁ ମାନି ସମସ୍ତ କାର୍ଯ୍ୟ କରାଯାଇଥିଲା ଓ ସମସ୍ତ ଭୋଟର୍ ତଥା ଶ୍ରମିକ ମାନଙ୍କୁ ସୁବାଷ ନାୟକ ମାସ୍କ ଓ ସାନିଟାଇଯର ବଣ୍ଟନ କରିଥିଲେ, ନିର୍ବାଚନ ସକାଳ 8ଘଣ୍ଟା ରେ ଆରମ୍ଭ ହୋଇ ଅପରାହ୍ନ 4 ଟା ରେ ସରିଥିଲା, ସମୁଦାୟ ଭୋଟର୍ ସଂଖ୍ୟା 201 ଥିବା ବେଳେ ସଭାପତି ପଦବୀ ନିମନ୍ତେ 4ଜଣ ,ଉପସଭାପତି 02ଜଣ,ସାଧାରଣ ସମ୍ପାଦକ ନିମନ୍ତେ 03ଜଣ,ସହ ସମ୍ପାଦକ 05ଜଣ , କୋଷାଧ୍ୟକ୍ଷ ନିମନ୍ତେ 02ଜଣ ଓ ଉପଦେଷ୍ଟା ନିମନ୍ତେ 02ଜଣ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଶ୍ରୀ କିଶୋରବାଘ 92 ଭୋଟ ପାଇଥିବା ବେଳେ ଜୟଦାନ ନାଏକ 106ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦୀ ଶ୍ରୀ କିଶୋର ବାଘ ଙ୍କ ଠାରୁ 14 ଖଣ୍ଡ ଭୋଟ ଅଧିକ ପାଇ ସଭାପତି ପଦରେ ବିଜୟୀ ହୋଇଛନ୍ତି, ଶ୍ରୀ ପ୍ରସନ୍ନ କୁମାର ସାଉନ୍ତା 84ଭୋଟ ପାଇଥିବା ବେଳେ ସୁନାମ ନାଏକ 107 ଭୋଟ ପାଇ ଉପସଭାପତି ପଦ , ସାଧାରଣ ସମ୍ପାଦକ ନିମନ୍ତେ ଭୀମସେନ ମାଝୀ 92 ଭୋଟ ପାଇଥିବା ବେଳେ କୈଳାସ ମାଝୀ 103 ଭୋଟ ପାଇ ବିଜୟୀ ହୋଇଛନ୍ତି,ସେହିପରି ସହ ସମ୍ପାଦକ ନିମନ୍ତେ ଶ୍ରୀ ବିପ୍ର ନାଏକ 99ଭୋଟ ଓ ଦେବରାଜ ନାଏକ 92 ଭୋଟ ପାଇ ବିଜୟୀ ହୋଇଛନ୍ତି, ଉପଦେଷ୍ଟା ଶ୍ରୀ କିଶୋର ନାଏକ ଙ୍କୁ ପଛରେ ପକାଇ ଶ୍ରୀ ଯତୀନ୍ଦ୍ର ନାଏକ ପଦ କୁ ହାସଲ କରିଛନ୍ତି, ଏହି ନୂତନ କମିଟି ଗଠନରେ ସମସ୍ତେ ଖୁସି ଥିବା ଓ ଆଗକୁ ଶ୍ରମିକ ମାନଙ୍କ ହିତ କାର୍ଯ୍ୟ ନିମନ୍ତେ ଗୁରୁତ୍ଵ ଦିଆଯିବ ବୋଲି ନୂତନ ଭାବେ ନିର୍ବାଚିତ ହୋଇଥିବା ସଭାପତି ଶ୍ରୀ ଜୟଦାନ ଖରା ସୂଚନା ଦେଇଛନ୍ତି, ସମସ୍ତ ଶ୍ରମିକ ଙ୍କୁ ନେଇ ଚଳିବାକୁ ମଧ୍ଯ ପ୍ରତିଶ୍ରୁତି ଦେଇ ଏହି union କୁ ସୁଦୃଢ଼ କରି ସମସ୍ତ ଦାବୀ ସମୂହ କୁ ଗୁରୁତ୍ଵ ଦିଆଯିବ ବୋଲି କହିଥିଲେ,
