ସ୍ୱାମୀ – ସ୍ତ୍ରୀ ଗିରଫ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଏନ ଏଚ ୫୭ର ବହିରା ହାଇସ୍କୁଲ ଛକରୁ ବାଉଁଶୁଣି ପୁଲିସ ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଗୁରୁବାର ରାତିରେ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଉପେନ୍ଦ୍ର ସଗରିଆ (୩୫) ଓ ତାଙ୍କ ସ୍ତ୍ରୀ ସୁଷମା ସଗରିଆ (୩୨) ଉଭୟ (ନୂଆପଡା ଜିଲ୍ଲା ଖରିଆର ଥାନା କଟିପଦର ଗ୍ରାମର) ବହିରା ହାଇସ୍କୁଲ ଛକରେ ଗଞ୍ଜେଇ ଧରି ବସ ଅପେକ୍ଷାରେ ଥିଲେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ଉଭୟଙ୍କୁ ଗିରଫ କରିଥିଲା। ଏନେଇ ବାଉଁଶୁଣି ଥାନାରେ କେସ ନଂ ୧୪୮/୨୧ ରେ ଏକ ମାମଲା ରୁଜୁ କରାଯାଇ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *