ପିଟି ପିଟି ହତ୍ୟା କଲା ସ୍ୱାମୀ, ଶୁକ୍ରା ଥାନାରେ ଅଟକ

କେନ୍ଦୁଝର : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପିଟି ପିଟି ମାରି ଦେଲା ସ୍ବାମୀ । ମୃତକ ସୌଭାଗିନୀ ମୁଣ୍ଡା ବୋଲି ଜଣାପଡ଼ିଛି । କେନ୍ଦୁଝର ପଳାଶପଙ୍ଗା ଫାଣ୍ଡିର ପରଜନପୁର ମୁଣ୍ଡାସାହୀର ଘଟଣା । ପୋଲିସର ଛାନ୍‌ଭିନ୍‌ ଆରମ୍ଭ

ଖବର ଅନୁଯାୟୀ, ଶୁକ୍ରବାର ଦିନ ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ନେଇ ବିବାଦ ଲାଗିରହିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଦେଇଛି ସ୍ୱାମୀ । ମୃତକ ସୌଭାଗିନୀ ମୁଣ୍ଡ ବୋଲି ଜଣାପଡିଛି । ସେପଟେ ଅଘଟଣ ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ମାମଲାରେ ଅଭିଯୁକ୍ତ ସ୍ୱାମୀ ଶୁକ୍ରା ମୁଣ୍ଡାକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । କେଉଁ ଭଳି ପରିସ୍ଥିତିରେ ନିଜ ସୌଭାଗିନୀକୁ ଶୁକ୍ରା ହତ୍ୟା କଲେ । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । ସେହିପରି ଘଟଣାରେ  ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ମଧ୍ୟ ପୋଲିସ ନେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *