ହତ୍ୟା ଅଭିଯୋଗ ଆଣିଲେ ପରିବାର

ଦେବଗଡ ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଂପରଡା ଗ୍ରାମରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣଙ୍କ ହେଲେ ନିକଟସ୍ଥ ମଧ୍ୟପୁର ଗ୍ରାମର ୨୪ ବର୍ଷ ବୟସ୍କ ଅଂଶୁମାନ ଧଳ । ମଙ୍ଗଳବାର ମୃତ ଅଂଶୁମାନଙ୍କ ମୃତଦେହ ବଂପରଡା ଗ୍ରାମରେ ରାସ୍ତା କଡ଼ରେ ଥିବା ଏକ ଦୋକାନ ସମ୍ମୁଖରେ ରହିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ମୃତ ଯୁବକ ଅଂଶୁମାନ କିଛି ମାସ ତଳେ ବଂପରଡା ଗ୍ରାମର ଜଣେ ଅନ୍ୟ ଜାତିର ଝିଅକୁ ନେଇ ଚେନ୍ନାଇ ଚାଲିଯାଇଥିଲେ । ପରେ ସଂପୃକ୍ତ ଝିଅ ସହ ରାଉରକେଲା ଅଞ୍ଚଳରେ ରହିଥିଲେ । ସୋମବାର ସେ ସଂପୃକ୍ତ ଯୁବତୀଙ୍କ ଘରକୁ ଯାଇଥିବା ବେଳେ ମଙ୍ଗଳବାର ତାଙ୍କର ମୃତଦେହ ଦୋକାନ ସମ୍ମୁଖରୁ ମିଳିଥିଲା । ମୃତ ଯୁବକଙ୍କ ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି । ବାରକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *