କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି ଓ ଚୁକ୍ତିଭିତ୍ତିକ ଆଇନ ଅନ୍ତର୍ଭୁକ୍ତ ଦାବିରେ ସୋର ବ୍ଲକ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ସୋର : ରିଖ ସୋର ବ୍ଲକ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦ୍ଯେଶରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ବିଡିଓଙ୍କୁ ସୋମବାର ଅପରାହ୍ନରେ କନିଷ୍ଠ ଶିକ୍ଷକମାନଙ୍କ ପାରିତୋଷିକ ବୃଦ୍ଧି ଓ ୨୦୧୩ ଚୁକ୍ତିଭିତ୍ତିକ ନିୟମରେ ଅନ୍ତର୍ଭୁକ୍ତ କରିବା ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମଗ୍ର ଶିକ୍ଷା ଅଧୀନରେ ପ୍ରଥମରୁ +୨ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ହୋଇଅଛି।

ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ୨୦୧୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଶିକ୍ଷକ ମାନଙ୍କର ବିଭିନ୍ନ ଦାବି ସରକାରଙ୍କ ପାଖରେ ଉପସ୍ଥାପନା କରି ଆସୁଛି। ଦୁଃଖ ଓ ପରିତାପର ବିଷୟ ଏହିକି ଯେ ଇତି ମଧ୍ୟରେ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାର କନିଷ୍ଠ ଶିକ୍ଷକ ମାନଙ୍କ ଦରମା ୧ଟଙ୍କା ମଧ୍ୟ ବୃଦ୍ଧି କରିନାହାନ୍ତି। ରାଜ୍ୟରେ ଦରଦାମ ହୁ ହୁ ହୋଇ ବଢ଼ୁଥିବା ବେଳେ ମାସିକ ୬୫୧୨ ଟଙ୍କାରେ ଜଣେ ଶିକ୍ଷକ କିପରି ବଞ୍ଚିବ ? ଯେଉଁ ଦରମାତକ ମଧ୍ୟ ନିୟମିତ ରୂପେ ମାସକୁ ମାସ ଶିକ୍ଷକମାନଙ୍କୁ ମିଳି ନଥାଏ। ସରକାରଙ୍କ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଜଣେ ଅଣକୁଶଳୀ ଶ୍ରମିକର ଦୈନିକ ପାରିଶ୍ରମିକ ୩୧୧ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଜଣେ କନିଷ୍ଠ ଶିକ୍ଷକଙ୍କୁ ଦୈନିକ ପାରିଶ୍ରମିକ ମାତ୍ର ୨୧୭ ଟଙ୍କା ଦେବା କେତେ ଦୂର ଯୁକ୍ତିଯୁକ୍ତ ? ଏହି ତାଲିମ ପ୍ରାପ୍ତ ଅତି କୁଶଳୀ ଶିକ୍ଷକମାନଙ୍କ କାର୍ଯ୍ୟ ଦକ୍ଷତା ପାଇଁ ସେମାନେ ଅନେକ ସମୟରେ ପ୍ରଶଂସିତ ହେଉଥିବା ବେଳେ, ସରକାରଙ୍କ ଶିକ୍ଷକମାନଙ୍କ ପ୍ରତି ଏପରି ପାତରନ୍ତର ନୀତିକୁ ସ୍ପଷ୍ଟ ବାରିହେଉଛି।ଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରୁଥିବା ଶିକ୍ଷକମାନେ ଦେଶର‌ ଭବିଷ୍ୟତ ତିଆରି କରୁଥିବା ସହିତ, ଓଡ଼ିଶା ସରକାରଙ୍କ ଵିଭିନ୍ନ ଯୋଜନାରେ ଜନସାଧାରଣଙ୍କୁ ମଧ୍ୟ ସାହାଯ୍ୟ କରିଆସୁଛନ୍ତି। କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧିକୁ ନେଇ ସରକାର ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇଚାଲିଛନ୍ତି। ଗତ ତା-୧୧/୧୦/୨୦୨୧ରିଖରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକରେ ଓଡ଼ିଶାର ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ ଉଚ୍ଛେଦ ଓ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଦରମାର ୫୦ପ୍ରତିଶତ ବୃଦ୍ଧି ନେଇ ଘୋଷଣ କରିଥିଲେ। ଏହା ମୁତାବକ ଓଡ଼ିଶା ଗ ବର୍ଗ(ଚୁକ୍ତିନାମା ନିୟମ ୨୦୧୩)ର ସଂଶୋଧନ ହୋଇଅଛି। ଓଡ଼ିଶା ସରକାର, ବର୍ଗ-ଗ (ଚୁକ୍ତିନାମା ନିୟମ-୨୦୧୩) ନିୟମରେ ଆସୁଥିବା ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କ୍ଷେତ୍ରରେ ଏହି ନି଼ୟମ ଲାଗୁକରିଛନ୍ତି ଯଦଦ୍ଵାରା ସେମାନେ ଉପକୃତ ହୋଇଛନ୍ତି। ଏପରିକି ଏହି ନିୟମରେ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କର ଦରମା ବୃଦ୍ଧି ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିଥିବା ସ୍ଥଳେ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକମାନେ ଏଥିରୁ ସଂପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି ଫଳତଃ ଶିକ୍ଷକ ଗେଷ୍ଠୀରେ ନୈରାଶ୍ୟର ଛାୟା ଖେଳିଯାଇଛି, ଯାହାକୁ ସରକାରଙ୍କ କନିଷ୍ଠ ଶିକ୍ଷକମାନଙ୍କ ପ୍ରତି ବୈମାତୃକ ମନୋଭାବ ବୋଲି ଶିକ୍ଷକ ସଂଘ ଦର୍ଶାଇଛି।ନିଜର ନ୍ୟାଯ୍ୟଦାବୀ ପାଇବା ପାଇଁ ବ୍ଲକର କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ଜେନା ଓ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୀକ୍ତ ଶୁଶାନ୍ତ କୁମାର ବାରିକଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଏକାଧିକ ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନକରିଛନ୍ତି।

_ଦାବି ସମୂହ_- ଓଡ଼ିଶା ବର୍ଗ-ଗ( ଚୁକ୍ତିନାମା ନିୟମ ୨୦୧୩) ଅଧୀନସ୍ଥ କର୍ମଚାରୀଙ୍କ ପାଇଁ ଗତ ତା ୧୧-୧୦-୨୦୨୧ରିଖ ରେ ଓଡ଼ିଶା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି କ୍ରମେ ସମସ୍ତ ସୁବିଧା ସୁଯୋଗ, ଓଡ଼ିଶାର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କୁ ପ୍ରଦାନ କରିବା ସହିତ ଚୁକ୍ତିନାମା ନିୟମ ୨୦୧୩ରେ ସାମିଲ କରାଯାଉ। କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅତିକୁଶଳୀ(ତାଲିମପ୍ରାପ୍ତ) ହୋଇଥିବାରୁ ମାସିକ ଦରମା ସର୍ବନିମ୍ନ ୧୬୦୦୦ଟଙ୍କା କରିବାସହ, ଏହାକୁ ଗତ ୨୦୧୬ ମସିହାରୁ ଲାଗୁକରାଯାଉ। ଯଥାଶୀଘ୍ର ଦରମା ବୃଦ୍ଧି ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କନିଷ୍ଠ ଶିକ୍ଷକ ସଂଘ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସଭାପତି ସଂଜୟ କୁମାର ବେହେରା, ଉପସଭାପତି ସୁବାଷ ଚନ୍ଦ୍ର ବେହେରା, କାର୍ଯ୍ୟକାରି ସଭାପତି ଅଙ୍କିତା ମହାନ୍ତି ,ସଂପାଦିକ ପୁଷ୍ପଲତା ଧିନ୍ଦା, ସହସଂପାଦିକା ମମତା ସାହୁ,କୋଷାଧ୍ୟକ୍ଷ ଉପନିତା ବିଶ୍ବାସ, ମିଡ଼ିଆ ସଂଯୋଜକ ଶୁଭଲକ୍ଷ୍ମୀ ଦଳେଇ, ଉପଦେଷ୍ଟା ରବିନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *