ଅଭଦ୍ର ବ୍ୟକ୍ତିଙ୍କ ଅଭଦ୍ରାମି ପାଇଁ ଅନନ୍ତପୁର ରାସ୍ତା ବନ୍ଦ

ସୋର : ମାଛ ଧରିବା ପାଇଁ ପାଚିଲା ଧାନକୁ ପାଣି ମଡାଇଲା ଅଭଦ୍ର ବ୍ୟକ୍ତି ା ଗ୍ରାମ ବାଶୀ ସୋରଥାନାରେ ଅଭିଯୋଗ କଲାପରେବି ପୁଲିସ ବୁଝିଲାନି ଅଭିଯୋଗ କରି ସିମୁଳିଆ,ଜୁଳଙ୍ଗିଆ, ବାଳଙ୍ଗ ସମେତ ୪ରୁ୫ ଖଣ୍ଡ ଗ୍ରାମରଚାଷୀ ସୋର ଅନନ୍ତପୁର ରାସ୍ତା ଅବରୋଧ କରଥିଲେ। ଯାନବାହାନ ଚଳା ଚଳ ବନ୍ଦ ୪ଘଣ୍ଟା ପରେବି ପହଞ୍ଚିଲାନି ପ୍ରଶାସନ । ମାଛ ଧରିବା ପାଇଁ ପୋଖରୀରୁ ପାଣି ବାହିବାରୁ ଚାଷ ଜମି ପାଣିରେ ବୁଡିଲା, ଜେଉଁଥିପାଇଁ ଚାଷୀର ପାଚିଲା ଧାନ କ୍ଷତିଗ୍ରସ୍ତ ହେଲା। ଏହି ରାସ୍ତାରେ ଥିବା ଡ୍ରେନକୁ କିଛି ପ୍ରଭାବଶାଳି ଲୋକ ଅବରୋଧ କରିଥିବାରୁ ଚାଷୀ ଜମିରେ ବର୍ତ୍ତମାନ ପାଚିଲା ଧାନରେ ପାଣିର ସୂଅ ଖେଳୁଛି। ସେହିପରି ରାସ୍ତା ପାର୍ଶ୍ୱରେ ଥିବା ପୋଖରୀକୁ ସ୍ଥାନୀୟ ଜୈନକ ବ୍ଯକ୍ତି ପାଣି ବୋହିବା ଯୋଗୁ ଚାଷ ଜମିରେ ପାଣି ସୂଅ ଅଧିକ ପ୍ରବାହିତ ଯୋଗୁ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି। ଚାଷୀମାନେ ପୋଖରୀ ମାଲିକ ବିରୋଧରେ ବାରମ୍ବାର ଥାନାରେ ଅଭିଯୋଗ କଲେ ମଧ୍ୟ ପୁଲିସ ପଦକ୍ଷେପ ନନେବାରୁ ଚାଷୀ ସକାଳେ ସୋର ଅନନ୍ତପୁର ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ଦୀର୍ଘ ସମୟ ଧରି ଘଟଣା ସ୍ଥଳରେ ତହସିଲ ପକ୍ଷରୁ କୌଣସି ଅଧିକାରୀ ନପହଞ୍ଚିବା ସବୁଠାରୁ ଲଜ୍ୟାଜନକ ଘଟଣା ବୋଲି ସାଧାରଣ ଲୋକ କହିଛନ୍ତି। ବିଳମ୍ବରେ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝା ସୁଝା ପରେ ଧାରଣା ପ୍ରତ୍ୟାହାର ହୋଇଥିବା ଜଣା ପଡିଛି ା

 

One thought on “ଅଭଦ୍ର ବ୍ୟକ୍ତିଙ୍କ ଅଭଦ୍ରାମି ପାଇଁ ଅନନ୍ତପୁର ରାସ୍ତା ବନ୍ଦ

Leave a Reply to PS Andolan Cancel reply

Your email address will not be published. Required fields are marked *