ଲୋକନାଥଙ୍କ ପାଇଁ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ମିଳିତ ସାମ୍ବାଦିକ ସଂଘ ମହାମଞ୍ଚ

ଭୁବନେଶ୍ୱର : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନାରେ କର୍ତ୍ତବ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ନାମରେ ମିଥ୍ୟା ମାମଲା ରୁଜ୍ଜୁ ସହିତ ତାଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରାଯାଇ ଥାନାରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଛି । ପୋଲିସ ନିର୍ଯ୍ୟାତନା ଯୋଗୁ ଅସୁସ୍ଥ ହୋଇପଡ଼ିଥିବା ଲୋକନାଥଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ତଳେ ଗୋଡ଼ରେ ବେଡି ପକାଇ ଦିଆଯାଇଥିବା ଘଟଣା ଅତ୍ୟନ୍ତ ବର୍ବୋରଚିତ ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ ନୀଳଗିରି ଥାନା ଅଧିକାରୀ ଓ ତଦନ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ପୂର୍ବକ ସମଗ୍ର ରାଜ୍ୟରେ ସାମ୍ବାଦିକମାନେ ତୀବ୍ର ପ୍ରତିବାଦ ଜଣାଇଥିଲେ । ଏଥିସହିତ ସାମ୍ବାଦିକ ସଂଗଠନ ମାନଙ୍କ ପକ୍ଷରୁ ଥାନା ଅଧିକାରୀ ଓ ତଦନ୍ତ ଅଧିକାରୀଙ୍କ ନିଲମ୍ବନ ଦାବିରେ ମୁଖ୍ୟମନ୍ତ୍ରୀ ଓ ପୋଲିସ୍‌ ମହାନିର୍ଦ୍ଦେଶକଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଡିଜିଙ୍କ ସହିତ ଆଲୋଚନାରେ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ଯଥାଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ଼ିଜି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧୂ ସମ୍ପୃକ୍ତ ଅଧୀକାରୀମାନଙ୍କ ବିରୁଦ୍ଧରେ ବଦଳି ବ୍ୟତିରକେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି ପରିପ୍ରେକ୍ଷୀରେ ମିଳିତ ସାମ୍ବାଦିକ ସଂଘ ମହାମଞ୍ଚ ପକ୍ଷରୁ ରାଜ୍ୟର ୯ଗୋଟି ସାମ୍ବାଦିକ ସଂଘ ଏକ ବୈଠକରେ ସମ୍ମିଳିତ ହୋଇ ଅସନ୍ତୋଶ ପ୍ରକାଶ କରିଛନ୍ତି । ଆଲୋଚନାରେ ନିଷ୍ପରି ନିଆଯାଇଥିଲା କି ସମ୍ପୃକ୍ତ ଅଧିକାରୀଦ୍ଵୟଙ୍କୁ ଆଗାମୀ ୭ ଦିନ ମଧ୍ୟରେ ନିଲମ୍ବନ, ଲୋକନାଥଙ୍କ ବିରୁଦ୍ଧରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଓ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟରେ କ୍ରମାଗତଭାବେ ବୃଦ୍ଧି ପାଉଥିବା ସମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାରେ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇବା ସହିତ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ମହାମଞ୍ଚ ପକ୍ଷରୁ ଦୃଢ ଦାବି କରାଯାଇଛି । ତେବେ ଦାବି ପ୍ରତି ବିଭାଗୀୟ ମୁଖ୍ୟ ଯଦି ଉଦାସୀନ ମନୋଭାବ ପୋଷଣ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ସଂଘ ଗୁଡ଼ିକ ସମ୍ମିଳିତ ଭାବେ ଜିଲ୍ଲା ସଦର ମହକୁମା ଠାରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି ଘୋଷଣା କରିଛନ୍ତି । ମହାମଞ୍ଚର ଆବାହକ ବିଭୂତି ଭୂଷଣ କରଙ୍କ ନେତୃତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  କୈଳସ ଚନ୍ଦ୍ର ନାୟକ, (ଓୟୁଜେର ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ବାଳ, ପତ୍ରକାର ସଂଘର ସଭାପତି ଅବିନାଶ ମିଶ୍ର, ଓୟୁଜେର ସଭାପତି ଶିଶୁଭୂଷଣ ଗ୍ରହରାଜ, ଓଡ଼ିଶା ୟୁନିୟନ ଅଫ ୱାର୍କ୍ କଲିଷ୍ଟର ସଭାପତି ସୁଜ୍ଞାନ ଚୌଧୁରୀ, ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦନ ପୂର୍ଣ୍ଣଚନ୍ଦ୍ର ନାୟକ, ୱିୟୁଜେର ସଭାପତି ସଞ୍ଜୟ ଦାସ, ଆରୟୁତଳେର ସଭାପତି ଭାଗବତ ତ୍ରିପାଠୀ, କଳିଙ୍ଗ ସାମ୍ବାଦିକ ସଂଘର ସମ୍ପାଦକ ନିରଞ୍ଜନ ରେଡି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *