ସୋର : ଅହଙ୍କାରର ବିଜୟ ହୁଏନି ପରାଜୟ ହୁଏ , ଏକଥା ସୋର ବ୍ଲକ ଅଧଖ୍ୟା ତଥା କାର୍ତ୍ତୀକ ମହାପାତ୍ରଙ୍କ ଝିଅ ଅତସି ମହାପାତ୍ର ବୁଝି ସାରିଥିବେ I ୨୫ ବର୍ଷର ଖ୍ୟମତାର ଅନ୍ତ ଘଟାଇ ଏଥର ବିଜେଡି ସମର୍ଥିତ ସମିତି ସଭ୍ୟ ସୋର ବ୍ଲକର ଚେୟାର ମେନ ପଦବି ଦଖଲ କରିବା ପ୍ରାୟ ସ୍ତିର ହୋଇ ସାରିଛି I ତେବେ ଏଥିରେ ସୋରର ବର୍ତ୍ତମାନ ବିଧାୟକ ଖୁସିହେଉଥିବେ ନିଶ୍ଚିତ କାହିଁକିନା ଏହା ବିଜୟ ନୁହଁ ମହାବିଜୟ I ବିଜେପି କଂଗ୍ରେସର ଏକ ଅଘୁଷିତ ମେଣ୍ଟ ବିରୁଦ୍ଧରେ ସୋର ବିଜେଡି ଏକା ଲଢୁଥିଲା ଜେଉଁ ସମୟରେ ବିଜେଡିର ବ୍ଲକ ସଭାପତି କମଳା କାନ୍ତ ଘଡେଇ ଓ ୪୫ ନମ୍ବର ଜୋନର ଜିଲ୍ଲାପରିଷଦ ଓ ମହିଳା ନେତ୍ରୀ ଦଳ ଛାଡି ପଳାଇଥିଲେ I ବିଧାୟକଙ୍କ କୁଷପୁତଳିକା ଦାହ ସାଙ୍ଗକୁ ସୋର ବିଧାୟକ ହାଏ ହାଏ ନାରା ଓ ବିଭିଷଣଙ୍କ ଚକ୍ରାନ୍ତ କାମ ଦେଲାନି I ଖାଲି ସେତିକି ନୁହଁ ୩ ରୁ ୩ଟା ଯାକ ଜିଲ୍ଲାପରିଷଦବି ବିଜେଡି ଦଖଲ କଲା ବ୍ଲକ ସଭାପତି କମଳା କାନ୍ତ ଓ ନାରୀ ନେତ୍ରି ଜିଲ୍ଲାପରିଷଦ ସଭ୍ୟା ନିରୋଧପ୍ରଭାଙ୍କୁ ବି ପରାଜୟ ସ୍ବୀକାର କରିବାକୁ ପଡିଲା I ଜୟରାମଙ୍କ ପାଇଁ ଚକ୍ରାନ୍ତ କିଛି କାମ ଦେଲାନି ଚକ୍ରବ୍ୟୁହ ଭିଚରେ ପସି ବହୁ କୈଶଳରେ ବାହାରି ଆସିଲେ ଜୟରାମ I ଖାଲି ଅପେଖ୍ୟା ରହିଲା ଜୟନ୍ତ , ବିଷୁଙ୍କ ଭଳି ନିରୋଦ , କମଳା କେବେ ପୁଣି ବିଜେଡିକୁ ଫେରିବେ I କିନ୍ତୁ କଂଗ୍ରେସର ଗଡ କୁହାଯାଉଥିବା ସୋର ଏଥର ଗଡ ସବ୍ଦକୁ ହରାଇ ବସିଲା I ବାପ କାର୍ତ୍ତିକ ମୋହାପାତ୍ର ଦିର୍ଘଦିନ ଜେଉଁ ଗଡକୁ ରଖିଥିଲେ ଝିଅ ୫ ବର୍ଷପରେ ଧୂଳି ସାତକରିଦେଲେ I ଅବଶ୍ୟ ଏଥିପାଇଁ ତାଙ୍କର କିଛି ହେବନି ବରଂ କିଛି ଆଗଧାଡିର କର୍ମିଙ୍କୁ ବହୁତ ଖ୍ୟତି ପହଞ୍ଚାଇବ I ଏମିତିକି ସୋର ବ୍ଲକର ଚେୟାର ମେନ ଭାଇସ ଚେୟାର ମେନ ପାଇଁ ଥିବା ୨ଟା ଯାକ ଘର ଏବେ ବିଜେଡି ସମର୍ଥିତ ଦଖଲ କରିବେ କଂଗ୍ରେସ ସମର୍ଥୀତଙ୍କ ପାଇଁ ଭରଷା ହେବ ଅନନ୍ତ ଭାଇ ଚାହା ଦୋକାନ ଆଉ ରାଧାଚୂଡା ଗଛ I ବିଜେପିତ ସୋରବ୍ଲକରେ କେବଳ ନିଜ ବାଇକ ଉପରେ ବସିବାର ଲଖ୍ୟରେ ସଫଳ ହୋଇଛି I ତେବେ ବିଜେଡିର ଏ ବିଜୟ ପରେ ପଞ୍ଚାୟତ ଅର୍ଥ ମୁନିସ ପାଲିଟିରେ କାମ ହେବନା ପଞ୍ଚାୟତ ତା ଭାଗ ଫେରି ପାଇବ ତାହା ସମୟ କହିବ I
