ଭୁବନେଶ୍ୱର : ଆଜିଠୁ କ୍ଲାସରୁମରେ ପାଠ ପଢିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା । ଦୁଇ ବର୍ଷ ପରେ ଦେଖିବେ କ୍ଲାସ ରୁମ । ହେଲେ ପ୍ରଥମ ସପ୍ତାହ ପାଠପଢା ହେବନି । ଦୁଇ ବର୍ଷ ଧରି ଘରେ କେମିତି କଟିଲା ସେ ନେଇ ଷ୍ଟୋରୀ ଲେଖିବା ସହ ବିଭିନ୍ନ ଆକ୍ଟିଭିଟି କରାଯିବ । ଏହା ସହ ଯେହେତୁ ପିଲାମାନଙ୍କର ଦୁଇ ବର୍ଷ ଧରି ସିଧାସଳଖ କ୍ଲାସ ପ୍ରମୋସନ ହୋଇଛି । ତେଣୁ ଦୁଇ ବର୍ଷର ପାଠ ପଢା କ୍ଷତି ଭରଣା କରିବା ପାଇଁ ସ୍ଵତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରିବାକୁ ସରକାର ଯୋଜନା କରିଛନ୍ତି । ସ୍କୁଲ ହତା ମାଡିବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲା । କ୍ଲାସ ରୁମରେ ଚାଲିବ ପଠା ପଢା । ଆଉ ଏଥର ମୋବାଇଲ କି କଂପ୍ୟୁଟରରେ ଅନଲାଇନ ପାଠପଢା ନୁହେଁ । ଶ୍ରେଣୀ ଗୃହରେ ବସି କଳାପଟାରେ ପାଠ ପଢି ପାରିବେ । ପିଲାଙ୍କ ମାଇଣ୍ଡ ରିଫ୍ରେସ କରିବା ପାଇଁ ସ୍କୁଲରେ ସପ୍ତାହେ ବ୍ୟାପି ପଜଲ ଗେମ୍, ପେଣ୍ଟିଂ ଓ ବିଭିନ୍ନ ଶିକ୍ଷାଧର୍ମୀ ଖେଳ ଆଦି ଆକ୍ଟିଭିଟି କରାଯିବ । ଯେହେତୁ ପିଲା ମାନଙ୍କର ଦୁଇ ବର୍ଷ ଧରି ସିଧାସଳଖ କ୍ଲାସ ପ୍ରମୋସନ ହୋଇଛି । ତେଣୁ ଦୁଇ ବର୍ଷର ପାଠପଢା କ୍ଷତି ଭରଣା ପାଇଁ ସ୍ଵତନ୍ତ୍ର ପୁସ୍ତିକା କୋର୍ସରେ ସାମିଲ କରାଯିବ ।
