ଯାଜପୁର : ଯାଜପୁର ଜିଲ୍ଲାର ଗତକାଲି ଗଣତି ହୋଇଥିବା ସମସ୍ତ ୧୦ ଟି ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟ ଗଣତି ଯାଜପୁର ଜିଲ୍ଲାର ୧୦ ଜୋନକୁ ନେଇ ହୋଇଥିଲା । ଏଥିରେ ବିଜେଡି ସମସ୍ତ ୧୦ଟି ଯାକ ଜୋନରେ ଜିତିଥିବା ପ୍ରଶାସନିକ ଘୋଷଣା ହୋଇଛି ।
କୋରେଇ-ଜୋନ(୧)ରୁ ସସ୍ମିତା ତରାଇ, ଦଶରଥପୁର-ଜୋନ(୪)ରୁ ପାର୍ଥସାରଥୀ ମହାପାତ୍ର, ଦାନଗଦି-ଜୋନ(୮)ରୁ ସ୍ମତିରାଣୀ ରାଉତ, ଧର୍ମଶାଳା-ଜୋନ(୧୧)ରୁ ସୁଧାଂଶୁ ଭୂଷଣ ସାହୁ, ବଡ଼ଚଣା-ଜୋନ(୧୬)ରୁ ଯତିନ୍ଦ୍ର ପ୍ରସାଦ ନାୟକ, ବରୀ-ଜୋନ(୨୧)ରୁ ଅଶୋକ କୁମାର ସାମଲ, ବିଂଝାରପୁର-ଜୋନ(୨୫)ରୁ ଅହଲ୍ୟା ସ୍ବାଇଁ, ଯାଜପୁର-ଜୋନ(୨୯)ରୁ ପ୍ରେମାନନ୍ଦ ଜେନା, ରସୁଲପୁର-ଜୋନ(୩୩)ରୁ ଶିଶିର କୁମାର ମହାନ୍ତି ଓ ସୁକିନ୍ଦା-ଜୋନ(୩୭)ରୁ ଜେମା ଚାଖୀ ଆଦି ବିଜେଡି ପ୍ରାର୍ଥୀମାନେ ଜୟଯୁକ୍ତ ହୋଇଛନ୍ତି ।
୨୦୧୭ ତୁଳନାରେ ବେଶ୍ ଭଲ ପ୍ରଥମ ଦିନ ଜିଲ୍ଲା ପରିଷଦର ଗଣତିରେ ବିଜେଡି ଯଥେଷ୍ଟ ଭଲ ପ୍ରଦର୍ଶନ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଏଯାବତ୍ ଘୋଷିତ ୨୫୬ ଜିଲ୍ଲା ପରିଷଦର ଫଳାଫଳ ଭିତରୁ ୨୩୦ ରେ ବିଜେଡି, ବିଜେପି ୧୦ଟି ଓ କଂଗ୍ରେସ ୧୨ଟି ଜୋନରେ ବିଜୟୀ ହୋଇଛି ।
