କଟକ : କଟକ ବାଙ୍କୀ ଡମପଡା ବ୍ଲକ ଅଧିନସ୍ତ ବିଲିପଡ଼ା ଗ୍ରାମରେ ଆଜି ଭୋର ସମୟରେ ଦେଖିବାକୁ ମିଳିଛି ବାରାହା ଆତଙ୍କ । ସୂଚନା ଅନୁଯାୟୀ ଆଜି ଭୋର ସମୟରେ ଗାଁ ଭିତରକୁ ଗୋଟିଏ ବାରାହା ପଶିଯାଇଥିଲା । ଫଳରେ ପ୍ରାତଃ ଭ୍ରମଣ କରିବାକୁ ଯାଇଥିବା ଗାଁ’ର ତିନି ଜଣ ଯୁବତୀ ଓ ୪ ଜଣ ପୁରୁଷଙ୍କୁ ଗୋଡ଼ାଇ ଗୋଡ଼ାଇ ବାରହା କାମୁଡି ଥିଲା । ଫଳରେ ସମସ୍ତ ସାତ ଜଣ ଏବେ ଗୁରୁତର ଅବସ୍ଥାରେ ବାଙ୍କୀ ମୁଖ୍ୟଚିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେଵେ ବାରମ୍ବାର ବାରହାଙ୍କ ଉପଦ୍ରଵ ଅଞ୍ଚଳରେ ବଢିଥିଲେ ମଧ୍ୟ ବନ ବିଭାଗ କୌଣସି ପଦକ୍ଷେପ ନେଉ ନାଁହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
