ନିଆଳିର ୯ ଟି ବୁଥରେ ମତଦାନ ବନ୍ଦ, ଗୋଟିକରେ ଭୋଟ୍ ବର୍ଜନ

ନିଆଳି : କଟକ ଜିଲ୍ଲାର ନିଆଳି ବ୍ଲକର ପୋଖରୀଗାଁ ପଞ୍ଚାୟତର ୯ଟି ବୁଥରେ ମତଦାନ ବନ୍ଦ ରହିଥିବାର ଖବର ମିଳିଛି । ପୋଖରୀଗାଁ ପଞ୍ଚାୟତ ବୁଥ୍ ନମ୍ବର ୨,୧୧,୧୬, ୧୭ ଓ ୧୮ ନମ୍ବର ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଛି । ଏଣେ କପାସୀ ପଞ୍ଚାୟତ ବୁଥ୍ ନମ୍ବର ୧ ରେ ଭୋଟ୍ ବର୍ଜନ କରିଛନ୍ତି ଅଞ୍ଚଳବାସୀ । ଏହି ବୁଥରେ ପ୍ରାୟ ୨୦୦ ଭୋଟର ଅଲଣା ପଞ୍ଚାୟତ ୧୨ ନମ୍ବର ବୁଥ୍ ରେ ଦୁର୍ବୃତ୍ତମାନେ ବାଲାଟ ପେପର୍ ଚିରି ବାକ୍ସରେ ପାଣି ପୁରାଇଦେଇଛନ୍ତି । ଘଟଣାସ୍ଥଳରେ କଟକ ସଦର ଏସ୍ ଡି ପି ଓ ପହଞ୍ଚିଥିବାର ସୂଚନା ରହିଛି । ନିଆଳି ବ୍ଲକର ପୋଖରୀଗାଁ ପଞ୍ଚାୟତର ୧୨, ୧୩ ଓ ୧୪ ତିନୋଟି ବୁଥରେ ଦୁର୍ବୃତ୍ତମାନେ ବାଲଟ ବାକ୍ସରେ ପାଣି ପୁରାଇଦେଇଛନ୍ତି । ଏହା ଫଳରେ ସେଠାରେ ମତଦାନ ବାଧାପ୍ରାପ୍ତ ହୋଇଛି । ତେଣେ ଜଲାରପୁର ପଞ୍ଚାୟତ ୧୮ ନମ୍ବର ବୁଥ୍ ରେ ମାରଣାସ୍ତ୍ର ଧରି ବୁଲୁଥିବା ଜଣେ ଯୁବକକୁ ପୁଲିସ ଗିରଫ କରିଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *