ରାଜନୈତିକ ହିଂସାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ

ଭୁବନେଶ୍ୱର : ରାଜନୈତିକ ହିଂସାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ । ନିର୍ବାଚନ କମିଶନଙ୍କ ଅଫିସ ଆଗରେ ଉଭୟ ଦଳ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଛନ୍ତି । ବିଜେପି ନେତା ମନମୋହନ ସାମଲଙ୍କ ନେତୃତ୍ଵରେ ବିଜେପି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି । ବୁଥ ରିଂଗି, ନିର୍ବାଚନୀ ହିଂସା, ସରକାରୀ ଅଫିସରମାନେ ପକ୍ଷପାତିତା ଅଭିଯୋଗ ଆଣିଛି ବିଜେପି । ସେପଟେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ଵରେ ଏକ ପ୍ରତିନିଧି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ବିଜେପି ରାଜନୈତିକ ହିଂସା କରୁଛି । ବୁଥରେ ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରୁଛି, ଆଚରଣ ବିଧ ଉଲ୍ଲଘଂନ କରୁଥିବା ଅଭିଯୋଗ କରିଛି । ଉଭୟ ମଧ୍ୟରେ ଏକ ପ୍ରତିଯୋଗିତା ମୂଳକ ରାଜନୀତି ଦେଖିବାକୁ ମିଳିଥିଲା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ, ଏହା ସହ ଉଭୟ ଦଳ ତରଫରୁ ପ୍ରବଳ ନାରାବାଜି ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *