ସୋର : ପଞ୍ଚାୟତ ନିର୍ବାଚନ ସରିଲା ଏବେ ପାଳି ମୁନିସ ପାଲିଟିର I ସୋର ମୁନିସପାଲିଟିରେ ଟୁପୁରୁ ଟାପୁରୁ ଠେସା ଠେସି ଆରମ୍ଭ ହେଲାଣି I ନେତାବି ଧଳା ପଞ୍ଜାବି ଚହମି ମାପ ଦେଇକି କାଟି ସାରିଲେଣି , ଖାଲି ପିନ୍ଧିବା ଦିନକୁ ଅପେଖ୍ୟା I ସେପଟେ ମାଧବ ଧଡା ବିଜେପିର ସୋର ମୁନିସ ପାଲିଟିର ଚେୟାରମେନ ପ୍ରାର୍ଥୀ ବୋଲି ଏକରକମ ଘୋଷଣା ସରିଛି I ଯାହା ବିଜେପିକୁ ମୁନିସ ପାଲିଟି ଦଖଲ ପାଇଁ ଆସ୍ବସ୍ଥି ଦେଲାଣି I ସବୁଠାରୁ ବଡକଥା ମାଧଙ୍କ ବ୍ୟବହାର ଜିଏ ନମିଶିଛି ସେ ଯାଣିପାରିବନି ଭଦ୍ର , ନମ୍ର ଆଉ ଶହନଶୀଳ , ବଡକଥା ହେଲା ଶୁଣନ୍ତି ଅଧିକ କୁହନ୍ତି କମ ତେବେ ଏଭଳି ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀକରି ବିଜେପି ସନ୍ତୁଷ୍ଟ ଅଶନ୍ତୁଷ୍ଟ ଏକହୋଇଯାଇଛନ୍ତି I ଖାଲି ସେତିକି ନୁହଁ ସୋର ମୁନିସ ପାଲିଟିର ବିଜେପି ଆଗଧାଡିର ନେତା ମୁନା ମୋହାପାତ୍ର , ଇଶ୍ବର ବେହେରା , ଭଜ ପ୍ରୁଷ୍ଟି ମାଧଙ୍କ ପାଇଁ ତାଟି କବାଟ ମେଲେଇକି ବସିଛନ୍ତି I ଏମିତିବି ଦେଖିଲେ ବିଜେପି କମଥର ମୁନିସ ପାଲିଟି ଦଖଲ କରିନି I ତେବେ ଏଥର କିନ୍ତୁ ଚର୍ଚ୍ଚା ଅଲଗା ପ୍ରକାର ପାନ ଦୋକାନଠୁ ଚେଙ୍ଗଡାଙ୍କ ଖଟି ସବୁଠି ଗୋଟିଏ କଥା ଏଥର ସୋର ମୁନିସ ପାଲିଟିରେ ଇଲେକ୍ସନ ନାହିଁ ସିଲେକ୍ସନ ମାନେ ମାଧ ଭାଇ ଚେୟାର ମେନ I ଏମିତିବି କଂଗ୍ରେସ ବିଜେଡି ମନେ ମନେ ମାଧଙ୍କୁ ମାତ ଦେବା ଭଳି ପ୍ରାର୍ଥୀ ଖୋଜି ଖୋଜି ନୟାନ୍ତ ହେଲେଣି , କିଏ କହୁଛି ଛାତ୍ର ନେତା ନରେନ୍ଦ୍ର ମହାଳିକ , କିଏ କହୁଛି ୧ନମ୍ବର ଓ୍ବାର୍ଡର ମନୋଜ ମଣ୍ଡଳ , ସେପଟେ ଆହୁରି ବହୁକଥାବି ଶୁଭୁଛି କିନ୍ତୁ ସୋର ମୁନିସ ପାଲିଟିର ଅଙ୍କ କୁହେ ମାଧଙ୍କ ମୁଣ୍ଡରୁ ଚେୟାର ମେନ ମୁକୁଟ ଆଉ ଚାଙ୍ଖଡେ ଦୁର I ତେବେ ବିଜେଡିର ଭିତିରି କନ୍ଦଳ ଟିକେ ଟିକେ ବାହାରକୁ ଆସୁଥିବା ବେଳେ ବାବୁଲି ଦାସ ସନ୍ତୁଷ୍ଟ ନଥିବା ଲୋକ କହୁଛନ୍ତି ତାଙ୍କୁବି କୁଆଡେ ଜୁଦ୍ଧକାଳିନ ଭିତ୍ତିରେ ବୁଝା ସୁଝା ଚାଲିଛି I ଜଦି ବାବୁଲି ବାବୁ ଅସନ୍ତୁଷ୍ଟ ହୋଇରହନ୍ତି ତାହାଲେ ମାଧଙ୍କ ମୁକୁଟ ପିନ୍ଧିବା ଟିକେ ସହଜ ହେବ I ସେପଟେ କାଳିଆ ରାଉତଙ୍କର ଆଉ ଦେଖା ମିଳୁନି , କେବଳ ବିଜେଡିର ଭରଷା ବଙ୍କେସ ବେହେରା , କାଳିଆ ମିଶ୍ର I ଅନ୍ୟପଟେ କଂଗ୍ରେସକୁ ମଜବୁତ କରିବାକୁ ଅଙ୍କ କସୁଛନ୍ତି କାଳିଆ ଦେବେଦି ଓ ମୁଟୁ ମୋହାନ୍ତି ଇଏ ଦୁଇଜଣବି କମ ନୁହଁ, ଖେଳ କରିବାରେ ମାଷ୍ଟର I ତେବେ ଦେଖାଯାଉ ଖେଳ କଣ ହେଉଛି ! କିନ୍ତୁ ଗୋଟେ କଥା ଜଳ ଜଳ ହୋଇ ଦିଶୁଛି ଅଶନ୍ତୁଷ୍ଟଙ୍କ ପାଇଁ ମାଧଙ୍କ ମୁଣ୍ଡରୁ ଚାଙ୍ଖଡେ ଦୁରରେ ଥିବା ମୁକୁଟ ମାଧଙ୍କ ମୁଣ୍ଡରେ ଗଳିବ I
