ନିର୍ବାଚନୀ ହିଂସାକୁ ନେଇ ଶାସକ ଦଳ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର : ନିର୍ବାଚନୀ ହିଂସାକୁ ନେଇ ଶାସକ ଦଳ ଉପରେ ବର୍ଷିଲା ବିଜେପି । ପ୍ରେସମିଟରେ ନିର୍ବାଚନୀ ହିଂସାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ମତଦାନରେ ରାଜ୍ୟର ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି । ଏହି ହିଂସାକାଣ୍ଡରେ ଶାସକ ଦଳର କର୍ମୀମାନେ ସିଧାସଳଖ ସମ୍ପୃକ୍ତ ଥିବା ବେଳେ ନାଗରିକମାନେ ଭୋଟ ଦେବା ପାଇଁ ଯିବାକୁ ମଧ୍ୟ ଡରୁଥିବା ସେ କହିଛନ୍ତି `ମତଦାନ କେନ୍ଦ୍ରଗୁଡିକ ମଧ୍ୟ ଶାସକ ଦଳର ଦଖଲରେ ରହୁଛି’ ।

ସେ ଆହୁରି କହିଛନ୍ତି ଯେ, ‘ପୁରୀ କଣାସରେ ଲୋକଙ୍କ ସହ ସାମ୍ବାଦିକଙ୍କୁ ମାଡ଼ ମାରିଲେ’, `ଯେଉଁଠି ସାମ୍ବାଦିକ ସୁରକ୍ଷିତ ନାହାନ୍ତି, ଲୋକେ କେମିତି ସୁରକ୍ଷିତ ରହିବେ’ ବୋଲି ସେ ପ୍ରଶ୍ନ କରିଛନ୍ତି । `ନବୀନଙ୍କ ସରକାରରେ ରାଜ୍ୟରେ ଅରାଜକତା ଓ ହିଂସା ଶୀର୍ଷରେ ପହଞ୍ଚିଛି, ହେଲେ `ନୈତିକତାର କଥା କହି ନିଜକୁ ଲଜିତ କରୁଛନ୍ତି ମୁଖ୍ୟମନ୍ତ୍ରୀ’ । ଯଦି ମୁଖ୍ୟମନ୍ତ୍ରୀଙ୍କର ସତସାହାସ ଅଛି ତେବେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବାକୁ ଜବାବ ରଖନ୍ତୁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *