କୋରାପୁଟ : ପୁଣି ଆନ୍ଧ୍ରର ଦାଦାଗିରି । କୋଟିଆରେ ଆନ୍ଧ୍ର କରିବ ହାଇଡ୍ରୋ ପାୱାର ପ୍ଲାଣ୍ଟ । ଆନ୍ଧ୍ର ଅଧିକାରୀଙ୍କ ସହ ଦିଲ୍ଲୀର ଏନଟିପିସି ର ୪ ଜଣିଆ ଟିମ କଲେ ଅନୁଧ୍ୟାନ। କୋଟିଆ ଦଖଲ ପାଇଁ ଆନ୍ଧ୍ରର ଆଉ ଏକ କୁଚକ୍ରାନ୍ତ । ଆନ୍ଧ୍ର ପକ୍ଷରୁ କୋଟିଆରେ ହାଇଡ୍ରୋ ପାୱ୍ବାର ପ୍ରକଳ୍ପ ସ୍ଥାପନ କରାଯିବା ନେଇ ସର୍ଭେ କରାଯାଇଛି । କୋଟିଆର ବିବାଦୀୟ ୨୧ ଟି ଗ୍ରାମର ପ୍ରତ୍ୟେକ ଘରକୁ ବିଦ୍ୟୁତ ମାଗଣାରେ ଯୋଗାଇବାକୁ ଉଦ୍ୟମ କରୁଛି ଆନ୍ଧ୍ର । କୋଟିଆ ଅଂଚଳ ପାଇଁ ଅବସ୍ଥାପିତ ଆନ୍ଧ୍ର ପୋଲିସ ଟିମ ଉପସ୍ଥିତିରେ ବିଜୟ ନଗର ଜିଲ୍ଲା ଏନଆରଇଡ଼ି ସଂସ୍ଥାର ମ୍ୟାନେଜର ଓ ସଦସ୍ୟଙ୍କ ସହିତ ଏନଟିପିସି ର ୪ ଜଣିଆ ସଦସ୍ୟ କୋଟିଆ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । କୋଟିଆର ନେରେଡିୱ୍ବାଲସା, ତାଡିୱାଲସା, ଧୁଳିପଦର, ସାରିକି ଗାଁ ଗସ୍ତ କରି ସର୍ଭେ କରିଛନ୍ତି ।
