ରାଜପଥ ମରାମତି ଦାବିରେ ଚୌଦ୍ୱାରରେ ରାସ୍ତାରୋକ

ଚୌଦ୍ୱାର : ୫୫ନମ୍ବର ଜାତୀୟ ରାଜପଥର ମଙ୍ଗୁଳି ଠାରୁ କଜଳଖଣା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ମରାମତି, ବାଇପାସ୍‍ ରୋଡ଼ ନିର୍ମାଣ ଓ ରାସ୍ତାରେ ପାଣି ସିଞ୍ଚନ ଆଦି ଦାବିରେ ସ୍ଥାନୀୟ ଚୌଦ୍ୱାର ଜାଗରଣ ମଞ୍ଚ ଓ ଜନ ସାଧାରଣଙ୍କ ପକ୍ଷରୁ ମଙ୍ଗଳବାର ଦିନ ୮ ଟା ଠାରୁ ଜାତୀୟ ରାଜପଥର ଗାନ୍ଧୀଛକ ନିକଟରେ ରାସ୍ତା ଅବରୋଧ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କାରାଯାଇଥିଲା । ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନେଇଥିବା ଗାୟତ୍ରୀ କନ୍‍ଷ୍ଟ୍ରକ୍ସନ୍‍ ନାମକ ଠିକାସଂସ୍ଥା ଏହି କାର୍ଯ୍ୟକୁ ଅତି ମନ୍ଥର ଗତିରେ କରିବା ସହିତ ରାସ୍ତାକୁ ଖୋଳିତାଡ଼ି ଅଗମ୍ୟକରି ପକାଇ ଦେଇଥିବାରୁ ଜନ ସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଲୋକେ ବାଧ୍ୟହୋଇ ରାସ୍ତାରୋକୋ କରିଥିଲେ ।

Leave a Reply

Your email address will not be published. Required fields are marked *