ଆସୁଛି ବାତ୍ୟା, କୃଷି ଓ ଉଦ୍ୟାନକୃଷି ବିଭାଗର ସମସ୍ତ ଅଧିକାରୀଙ୍କୁ ସତର୍କ କଲେ କୃଷିମନ୍ତ୍ରୀ

ଭୁବନେଶ୍ୱର : ପାଣିପାଗ ବିଭାଗ ପକ୍ଷରୁ ଜାରି ବାର୍ତ୍ତା ଅନୁଯାୟୀ ଡିସେମ୍ବର ୩ ସୁଦ୍ଧା ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହୋଇ ୪ ତାରିଖ ସକାଳେ ଦକ୍ଷିଣ-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବାର ସୂଚନା ମିଳିଛି। ଏହା ପ୍ରଭାବରେ ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ । ଏହା ପରଦିନ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ କୃଷି ଓ ଉଦ୍ୟାନକୃଷି ବିଭାଗର ସମସ୍ତ ଅଧିକାରୀଙ୍କୁ ମୁଖ୍ୟାଳୟରେ ରହିବାକୁ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ନିର୍ଦେଶ ଦେଇଛନ୍ତି । ଫସଲ ସୁରକ୍ଷା ଉପଦେଶାବଳୀ ଆସନ୍ତା ଦୁଇଦିନ ମଧ୍ୟରେ କମ୍ୟୁନିଟି ରେଡିଓ ଏବଂ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କାର୍ଯ୍ୟ ଶେଷ କରିବାକୁ ସେ ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *