ମାଲକାନଗିରି ଜିଲ୍ଲା ଏମ୍‌ଭି ୭ ନମ୍ବର ଗାଁରେ ଭାଲୁ ଆତଙ୍କ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମ୍‌ଭି ୭ ନମ୍ବର ଗାଁରେ ଭାଲୁ ଆତଙ୍କ । ତମସା ପଞ୍ଚାୟତ ଏମ୍‌ଭି ୭ ଗାଁରେ ଦୁଇଟି ଭାଲୁ ଗତ କିଛି ଦିନ ଧରି ଆତଙ୍କ ଖେଳାଇଛନ୍ତି । ନିକଟସ୍ଥ ଜଙ୍ଗଲରୁ ଦୁଇଟି ଭାଲୁ ସନ୍ଧ୍ୟା ହେଲେ ଗାଁରେ ପଶି ଅନେକ ଲୋକଙ୍କ ଘର କାନ୍ଥ ଭାଙ୍ଗିବା ସହ ଘର ଭିତରେ ପଶିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଘର କବାଟ ଭାଙ୍ଗିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ଜଙ୍ଗଲୀ ଭାଲୁ ଯୋଗୁଁ ଗ୍ରାମବାସୀମାନେ ରାତି ହେଲେ ଭୟଭୀତ ଅବସ୍ଥାରେ ରହିବା ସହ ସନ୍ଧ୍ୟା ହେଲେ ଘରର ତାଟି କବାଟ ଦେଇ ଘରେ ରହୁଛନ୍ତି । ସନ୍ଧ୍ୟା ସମୟରେ  ସେହି ଗାଁ ରାସ୍ତା ଦେଇ  ଅନେକ ଯାନବାହାନରେ  ଯାତାୟତ କରୁଥିବା ଯାତ୍ରୀମାନେ ମଧ୍ୟ ଭୟରେ ଯାତାୟତ କରୁଛନ୍ତି । କିଛି ଅଘଟଣ ଘଟିବା ପୂର୍ବରୁ  ବନ ବିଭାଗ ଏହି ଭାଲୁ ଦୁଇଟିକୁ କାବୁ କରିବା ଆବଶ୍ୟକ ହୋଇପଡିଛି ।

Leave a Reply

Your email address will not be published. Required fields are marked *