ଶିବ ମନ୍ଦିରରୁ ଚୋରି, ମନ୍ଦିରର ତାଲା ଭାଙ୍ଗି ତମ୍ବା ନାଗ ମୂର୍ତ୍ତିକୁ ଚୋରି କରିଛନ୍ତି ଦୁର୍ବୃତ୍ତ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ରାମପୁରର ଶିବ ମନ୍ଦିରରୁ ଚୋରି । ସୋମବାର ବିଳମ୍ବିତ ରାତିରେ ମନ୍ଦିରରେ ପଶି ଚୋରି କରିଛନ୍ତି ଦୁର୍ବୃତ୍ତ । ମନ୍ଦିରର ତାଲା ଭାଙ୍ଗି ତମ୍ବା ନାଗ ମୂର୍ତ୍ତିକୁ କାଟିବା ସହ ଘଣ୍ଟି, ଘଣ୍ଟ ଓ ଅନେକ ସାମଗ୍ରୀ ଚୋରି କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଏନେଇ ରାମପୁର ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ରାମପୁର ପୋଲିସ ପହଞ୍ଚି ଖୋଳତାଡ ଆରମ୍ଭ କରିଛି । ଗତ କିଛି ଦିନ ହେଲା ବିନିକା ଥାନା ଖଇରମାଳ ଗାଁ ମନ୍ଦିରରୁ ମଧ୍ୟ ଚୋରୀ ହୋଇଥିବା ବେଳେ ୫ ଦିନ ହେଲା ଘାଟି ଜାମପାଲିରେ ଥିବା ଘଣ୍ଟେଶ୍ବରୀ ମନ୍ଦିରରୁ ମଧ୍ୟ ଚୋରି ହୋଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୋରମାନଙ୍କ ଟେର ପାଉନି ପୋଲିସ ।

Leave a Reply

Your email address will not be published. Required fields are marked *