ଭୁବନେଶ୍ୱର : ଠିକା କାମକୁ ନେଇ ବୋମାମାଡ଼ । ରାଜଧାନୀ ଉପକଣ୍ଠ ବାଲିପାଟଣା ବନମାଳୀପୁର ଗାଁରେ ବୋମାମାଡ଼ ହୋଇଥିବା ଜଣାପଡିଛି । ଲଗାତାର ୪ଟି ବୋମା ଫୁଟାଇଛନ୍ତି ଦୁର୍ବୃତ୍ତ । ଏହି ବୋମାମାଡ଼ରେ ୫ ଜଣ ଯୁବକ ଆହତ ହୋଇଛନ୍ତି । ବନମାଳୀପୁର ଗାଁରେ ଚାଲିଥିବା ରାସ୍ତା ନିର୍ମାଣ କାମ ସେଇ ଗାଁର କିଛି ଯୁବକଙ୍କୁ ଦିଆଯାଇଛି । ଏହାକୁ ପାଖ ଗାଁର କିଛି ଯୁବକ ବିରୋଧ କରିଥିଲେ । ତେବେ ସମ୍ପୃକ୍ତ ଯୁବକମାନେ ଏହି ବୋମାମାଡ଼ କରିଥିବା ପୋଲିସ ସନ୍ଦେହ କରୁଛି । ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
