ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାଟାଗୁଡା ମିଡିଆପଙ୍ଗାରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ବହୁ ଦିନର ନୀରବତା ପରେ ବାଲିଗୁଡା ଅଞ୍ଚଳରେ ପୋଷ୍ଟର ଦେଖିବା ପରେ ଭୟର ବାତାବରଣ ଦେଖିବାକୁ ମିଳିଛି । ମାଓବାଦୀ ପୁଣି ନିଜ ଉପସ୍ଥିତି ଜାହିର କରିଛନ୍ତି । କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଲୁବେନଗଡରେ ପୋଲିସ ଗୁଳିରେ ନିହତ ହୋଇଥିବା ଗରିଲା ଜନନେତ୍ରୀ କମ୍ରେଡ ନମିତାଙ୍କ ସ୍ମୁତି ଉଦ୍ଦେଶ୍ୟରେ କେକେବିଏନ ମାଓବାଦୀ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଜାରି କରାଯାଇଛି । ପୋଷ୍ଟରରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କରୋନା ମହାମାରୀ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ଥିବା ଉଲ୍ଲେଖ ରହିଛି ।
