ଗଞ୍ଜାମ : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା କଳାଯମୁନା ଗ୍ରାମ ନିକଟରୁ ବେଆଇନ ଭାବେ ଗୋ ଚାଲାଣ । ଗୋ ଚାଲାଣ ହେଉଥିବା ବେଳେ ଏକ ପିକଅପ ଭ୍ୟାନରୁ ୬ ଟି ଗାଈ ଉଦ୍ଧାର କରି ଅଭିଯୁକ୍ତକୁ ପୋଲିସରେ ଜିମା ଦେଇଛନ୍ତି ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁ ବୋଝେଇ ଗାଡିକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ତେବେ ରମ୍ଭା ହୁମା ଅଞ୍ଚଳରେ ବେଆଇନ ଭାବେ ବାରମ୍ବାର ଗୋ ଚାଲାଣ ହେଉଥିବା ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ ନୀରବଦ୍ରଷ୍ଟା ସାଜିଛି ପୋଲିସ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
