ଭିଜିଲାନ୍ସ ଜାଲରେ କନଷ୍ଟେବଳ

ବ୍ରହ୍ମପୁର :  ଭିଜିଲାନ୍ସ ଜାଲରେ କନଷ୍ଟେବଳ । ବ୍ରହ୍ମପୁର ପୋଲିସରେ କନଷ୍ଟେବଳ ନଂ ୭୪୨ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢଉ କରାଯାଉଛି । ଏକକାଳୀନ ୩ ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢଉ କରିଛି । ବ୍ରହ୍ମପୁରସ୍ଥିତ ୩ ମହଲା କୋଠା, ନିମଖଣ୍ଡିସ୍ଥିତ ବାସଭବନ ଓ ଭଞ୍ଜନଗର ଗମୁଣ୍ଡିସ୍ଥିତ ପୈତୃକ ଘରେ ରେଡ୍ ଜାରି ରହିଛି । ଚଢଉରେ ଜଣେ ଅତିରିକ୍ତ ଏସ୍‌ପି, ୫ ଜଣ ଇନ୍‌ସ୍ପେକ୍ଟର ସାମିଲ ରହିଛନ୍ତି ।ବର୍ତ୍ତମାନ ସୁଦ୍ଧା ସୁଦର୍ଶନଙ୍କ ଘରୁ  ନଗଦ ୫ ଲକ୍ଷ ୧୬ ହଜାର ୮୮୦  ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *