ସାମାଜିକ ଦାଇତ୍ୱକୁ ଭୁଲିନାହାନ୍ତି ଡାକ୍ତର ସୁକାନ୍ତ ସାହୁ, ପେସା ଡାକ୍ତରି ନିଶା ସେବା

ସୋର : ସରକାରୀ ବିଧି ବ୍ୟବସ୍ତା ମଧ୍ୟରେ ରହି ବି ସାମାଜିକ ଦାଇତ୍ୱକୁ ଭୁଲିନାହାନ୍ତି ଡାକ୍ତର ସୁକାନ୍ତ ସାହୁ , ପେସା ଡାକ୍ତରି ନିଶା ସେବା I ଯଦିଓ ଜଣେ ଡାକ୍ତର ପାଇଁ ସେବାହିଁ ଧର୍ମ , ବେଳେବେଳେ ବହୁଡାକ୍ତର ଏଥିରୁ ନିବ୍ରୁତ ରହି ପେସାକୁ ପ୍ରାଧାନ୍ୟ ଦେଉଥିବା ବେଳେ ସୁକାନ୍ତଙ୍କ ଭଳି ଡାକ୍ତର ବହୁ କମ ଏ ଦୁନିଆରେ ମିଳନ୍ତି I ମଣିଷ ପଣିଆର ମାନଦଣ୍ଡକୁ ଶଳଖି ଧରି ନିଜେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଏଇ ଯୁବ ଡାକ୍ତର ଜଣକ I ସୋରରୁ ମାତ୍ର କିଛି ଦୂର ବାହାନଗା ବ୍ଲକ ଅଧିନସ୍ଥ ନିଧିଗୁଡିଆ ଛକ ନିକଟରେ ତାଙ୍କ ଘର I କିନ୍ତୁ ସୋର ୟୁ ଏନ କଲେଜରୁ ପାଠପଢା ଆରମ୍ଭ କରି ଏସସିବି  ମେଡିକାଲ କଲେଜରୁ ଡାକ୍ତରି ଡିଗ୍ରି ହାସଲ କରିଥିବା ଏଇ ଯୁବ ଡାକ୍ତରଙ୍କର ଆଜିବି ପାଠପଢା ସରିନି I ତେବେ ଏଇ ଯୁବ ଡାକ୍ତର ଜଣକ ଡାକ୍ତରି ପାଇବା ଏବଂ ସୋରରେ ଡାକ୍ତର ହୋଇ କାର୍ଯ୍ୟ  କରିବା ପରଠୁ ସୋରର ବିଭିନ୍ନ ଆଶ୍ରମ ଯଥା, ପୂର୍ବରୁ ସୋର ବ୍ଲକର ସିଂହାଖୁଣ୍ଟା ଗ୍ରାମର ଅନାଥ ଆଶ୍ରମର ଶିଶୁ, ଗୁଡ ପଞ୍ଚାୟତର ଶିବ ମୁନି ବୃଦ୍ଧାଶ୍ରମ, ସିନ୍ଧୁଆର ଶିଶୁ ଆଶ୍ରମ, ମଙ୍ଗଳପୁର ଦିବ୍ୟାଙ୍ଗ ଆଶ୍ରମରେ ଚିକିତ୍ସା କରି ଔଷଧ ଯୋଗାଇ ଦେଇଥିଲେ I ତେବେ ଆଜି ମଧ୍ୟ ସେହିଭଳି , ଡାକ୍ତର ସୁକାନ୍ତ ସାହୁ ଏବଂ ତାଙ୍କ ଧର୍ମପତ୍ନି ଗାୟତ୍ରି ସାହୁ ବାହାନଗା ବ୍ଲକ ଖରାସାହା ପୁରରେ ଆଳଦା ଗ୍ରାମର ମଲ୍ଲିକା ଶିଶୁ ମଙ୍ଗଳ ଅନୁଷ୍ଠାନ ନାମକ ଏକ ଆଶ୍ରମରେ କୁନିକୁନି ପିଲାମାନଙ୍କ ରୋଗ ଦେଖିବା ସହ ଔଷଧ ଦେଇଥିବା ଦେଖିବାକୁ ମିଳିଛି I ଏହି କାର୍ଯ୍ୟରେ ତାଙ୍କୁ ଦିପ୍ତିରଞ୍ଜନ ପରିଡ଼ା, ଚନ୍ଦନ ମଲ୍ଲିକ, ପ୍ରିୟବ୍ରତ ମିଶ୍ର ସହଯୋଗ କରିଥିଲେ I  ତେବେ ଡାକ୍ତରଙ୍କ ଏଭଳି ନିଶା ସମାଜକୁ ଏକ ଭଲ ଦିଗଦର୍ଶନ ଦେବ ଏବଂ ଡାକ୍ତରମାନଙ୍କ ପ୍ରତି ଥିବା ସାଧାରଣ ଲୋକଙ୍କ ଭାବାବେଗକୁ ଉଜ୍ଜିବିତ କରି ରଖିବ I

Leave a Reply

Your email address will not be published. Required fields are marked *