ପକ୍ଷୀ ଶିକାରୀ ଗିରଫ

ଟାଙ୍ଗୀ : ଶିକାରୀ ଗିରଫ ।  ଟାଙ୍ଗୀ ରେଞ୍ଜ୍ ଅଭିମାନପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରୁ ଜଣେ ଶିକାରୀଙ୍କୁ ଗିରଫ କରିଛି ବନ୍ୟପ୍ରାଣୀ ବିଭାଗ। ଶିକାରୀ ନିକଟରୁ ଗୋଟିଏ ଗଡୱାଲ, ପିନଟେଲ, ୨ ଟି କମନ୍ କୁଟ୍ ଓ ୨ ଟି ଲାର୍ଜ୍ ହୁଇସଲିଙ୍ଗ ଡକ୍ ଏପରି ଭାବେ ମୋଟ୍ ୬ ଟି  ମୃତ ବିଦେଶୀ ପକ୍ଷୀ ଜବତ କରିଛି ବନ ବିଭାଗ। ଗିରଫ ଶିକାରୀ ଜଣକ ହେଲେ ଟାଙ୍ଗୀ ଥାନା ସୁନ୍ଦରପୁର ଚାରିଘରିଆପାଟଣା ଗ୍ରାମର ବିଦ୍ୟାଧର ରାଉତ । ଶିକାରୀମାନେ ନୀରିହ ପକ୍ଷୀମାନଙ୍କୁ କଇଁ ଫୁଲ କେଶରରେ ” ଫୁରାଡନ୍ ”  ଭଳି ମାରାତ୍ମକ ବିଷ ଦେଇ ଶିକାର କରୁଥିବା ଜଣା ପଡିଛି । ଚିଲିକାରେ ପକ୍ଷୀମାନଙ୍କ ଭୀଡ ଜମିବା ଆରମ୍ଭ ହେଉ-ହେଉ ପକ୍ଷୀ ଶିକାର ଆରମ୍ଭ ହୋଇ ଗଲାଣି । ବନ ବିଭାଗକୁ ଖାତିର ନକରି ଦିନ ବେଳେ ମଧ୍ୟ ପକ୍ଷୀ ଶିକାର କରିବାକୁ ଶିକାରୀମାନେ  ପଛଘୁଞ୍ଚା ଦେଉନାହାଁନ୍ତି ।

Leave a Reply

Your email address will not be published. Required fields are marked *