ବେପାର ଉଦ୍ଦେଶ୍ୟରେ ଘରେ ରଖିଥିଲେ ବିରଳ ପ୍ରଜାତିର ବଜ୍ରକାପ୍ତା

ମୋହନା : ବେପାର ଉଦ୍ଦେଶ୍ୟରେ ଘରେ ରଖିଥିବା ଏକ ବିରଳ ବଜ୍ରକାପ୍ତାକୁ ଉଦ୍ଧାର କରିଛି ଅଡବା ପୁଲିସ ଓ ମୋହନା ବନାଞ୍ଚଳ ବିଭାଗ କର୍ମଚାରୀ । ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ରାତ୍ର ପ୍ରାୟ ୧୧ ଟାରେ ଅଡବା ପୁଲିସ଼ ଓ ମୋହନା ବନାଞ୍ଚଳ ବିଭାଗର କର୍ମଚାରୀମାନେ ମିଳିତଭାବେ ଗୁରୁଝୋଳି ପଞ୍ଚାୟତ ଅନ୍ତର୍ଗତ ଚିଡାଙ୍ଗପଙ୍କା ଗ୍ରାମର ଦାଦା ଯାକବ ମାଝୀ(୪୫) ଓ ପୁତୁରା ଏଶ ମାଝୀ (୨୫)ଙ୍କ ଘରେ ଚ଼ଢ଼ାଉ କରିଥିଲେ। ଘର ଖାନତଲାସ କରିବାବେଳେ ଏକ କାଠ କୋରଡ ଭିତରୁ ବିରଳ ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ । ଏହାର ଓଜନ ପ୍ରାୟ ୧୫ କିଲୋ ଥିବା ବେଳେ ଲମ୍ବ ୪ଫୁଟ ଓ ବୟସ ୪ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ଜଣାପଡିଛି । ଦାଦା ଓ ପୁତୁରାଙ୍କୁ ଏହି ଘଟଣାରେ ଗିରଫ କରି ଅଦାଲତକୁ ପଠାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *