ଦିନିକିଆ ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି ଅଭୟ, ଜିଲ୍ଲାର ମାଓ ସ୍ଥିତି ସମୀକ୍ଷା କରିବେ ଡିଜି

ବଲାଙ୍ଗୀର : ଦିନିକିଆ ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି ଅଭୟ । ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ଆଜି ବଲାଙ୍ଗୀରରେ ପହଞ୍ଚିଛନ୍ତି ପୋଲିସ ଡିଜି । ଜିଲ୍ଲାର ମାଓ ସ୍ଥିତି ନେଇ ସମୀକ୍ଷା କରିବେ ପୋଲିସ ଡିଜି ଅଭୟ । ଏହି ବୈଠକରେ ଆଇଜି ଅପରେସନ ଅମିତାଭ ଠାକୁର , ଏସ.ଆଇ.ଡବ୍ଲୁ   ଡ଼ି.ଆଇ.ଜି  ଅନିରୁଦ୍ଧ ସିଂ ଏବଂ  ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଉପସ୍ଥିତ ରହିବେ । ସୂଚନାଯୋଗ୍ୟ ଯେ, ଶନିବାର ବଲାଙ୍ଗୀରରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲା । ପୋଲିସ କମ୍ବିଂ ଅପରେସନ ସମୟରେ ଏହି ଗୁଳିବିନିମୟ ହୋଇଥିଲା । ଏଥିରେ ଜଣେ କ୍ୟାଡ଼ର ମାଓବାଦୀ ନିହତ ହୋଇଥିଲା । ଘଟଣାସ୍ଥଳରୁ କିଛି ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଖପ୍ରାଖୋଲ ଥାନା ଜୁନାନୀବାହାଲରେ ଏହି ଏନ୍‌କାଉଣ୍ଟର ହୋଇଥିଲା ।

Leave a Reply

Your email address will not be published. Required fields are marked *