ନବରଙ୍ଗପୁର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବାକୁ ଯାଉଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଗାଡିକୁ ଲକ୍ଷ୍ୟ କରି ଏଫସିଆଇ ଛକ ନିକଟରେ ଦୁଇଜଣ ବିଜେପି କର୍ମୀ ଅଣ୍ଡାମାଡ କରିଥିବା ଜଣାପଡିଛି । ତେବେ ଅନ୍ୟ କେତେକ ଛକସ୍ଥାନରେ ବିଜେପି କର୍ମୀ ଅଣ୍ଡାଧରି ଲୁଚି ରହିଥିବାବେଳେ ପୁଲିସର ବିନା ସାଇରନରେ ମନ୍ତ୍ରୀ ସଭାସ୍ଥଳକୁ ଯିବାରୁ ଅଣ୍ଡାମାଡରୁ ବର୍ତ୍ତୀ ଯାଇଥିବା କୁହାଯାଉଛି । ତେବେ ଏହାପରେ ପୁଲିସ ଦୁଇ ବିଜେପି କର୍ମୀକୁ ଅଟକ ରଖିଥିବା ଜଣାପଡିଛି । ଏହି ଭିଡିଓ ଏବେ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେଉଛି ।
