ପୋଖରୀରେ ଭାସୁଛି ମଣିଷ କଙ୍କାଳ

ଢେଙ୍କାନାଳ : ପୋଖରୀରେ ଭାସୁଛି ମଣିଷ କଙ୍କାଳ । ଢେଙ୍କାନାଳ ଜିଲ୍ଲା ସଦର ଥାନା ବୋରାପଦା ଗାଁର ଏକ ପୋଖରୀରୁ ଏକ ମଣିଷ କଙ୍କାଳ ଠାବ ହୋଇଛି । ସଦର ଥାନା ପୋଲିସ ଘଟଣାସ୍ଥଳର ପହଞ୍ଚି କଙ୍କାଳକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବୋରାପଦା ଗାଁ ନିକଟସ୍ଥ ରାଜାପ୍ରସାଦ ନିକଟରେ ଥିବା ପୋଖରୀରେ ଏକ କଙ୍କାଳ ଭାସୁଥିବାର ସ୍ଥାନୀୟଲୋକଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟଲୋକେ ସଦର ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କଙ୍କାଳକୁ ଜବତ କରିଛି । ଫରେନସିକ୍‌ ଟିମ୍‌ର ସହାୟତାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏହି କଙ୍କାଳ କାହାର ଓ କେମିତି ଏହି ପୋଖରୀକୁ ଆସିଲା । ତାକୁ ନେଇ ଅନେକ କଳ୍ପନା ଜଳ୍ପନା କରୁଛନ୍ତି ସ୍ଥାନୀୟ ଲୋକେ ।

Leave a Reply

Your email address will not be published. Required fields are marked *