ବାଲେଶ୍ଵର : ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ଶେରଗଡ଼ ନିକଟରେ ଦୁଇଟି ସ୍ଥାନରେ ଅଣ୍ଡାମାଡ କଲା ଛାତ୍ର କଂଗ୍ରେସ । ବାଲେଶ୍ଵରରୁ ନୀଳଗିରି ଆସୁଥିବାବେଳେ ଅଣ୍ଡାମାଡ ହୋଇଛି । ରାଜ୍ୟରେ ଦିନକୁ ଦିନ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହେଉଥିବାର ଚିତ୍ର ସାମ୍ନାକୁ ଆସିଛି । ଏପରିକି ରାଇଜ ମୁଖିଆଙ୍କ ଗାଡ଼ିକୁ ବି ଅଣ୍ଡାମାଡ଼ ହୋଇଛି । ଗତକାଲି ବିଜେପି ଯୁବମୋର୍ଚ୍ଚା ବୌଦ୍ଧ ଜିଲ୍ଲା ତରଫରୁ ମନ୍ତ୍ରୀ ପଦ୍ମନାଭ ବେହେରା ଓ ନିରଞ୍ଜନ ପୂଜାରୀଙ୍କ ଗାଡିକୁ ଅଣ୍ଡାମାଡ ହୋଇଥିଲା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଉଦଘାଟନ ଉତ୍ସବକୁ ଯିବାବେଳେ ବୌଦ୍ଧ ଜିଲ୍ଲା ବଲାସିଙ୍ଗା ଠାରେ ଜୋରଦାର ବିଦ୍ରୋହ ଓ କଳା ପତାକା ପ୍ରଦର୍ଶନ ହୋଇଥିଲା । ମମିତା ମେହେରଙ୍କ ପାଇଁ ନ୍ୟାୟ ମାଗୁଥିବା ଓଡ଼ିଶାର ଜନତା ଏବେ ସରକାରଙ୍କ ଉପରୁ ଆଶା ଛାଡି ଦେଲେଣି । କାରଣ ସରକାର ଜଣେ ଦାଗୀ ନେତା, ମିଛୁଆ କ୍ୟାପଟେନ୍ ବାବୁ ଦିବ୍ୟଶଙ୍କର ମିଶ୍ରଙ୍କୁ ଘଣ୍ଟ ଘୋଡାଇବାରେ ଲାଗିଛନ୍ତି । ହତ୍ୟା ଘଟଣାରେ ତାଙ୍କ ସମ୍ପୃକ୍ତି ନେଇ ପୀଡିତାଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ପୁଲିସ କି ପ୍ରଶାସନ କେହି ତାଙ୍କ ପାଖ ମାଡୁ ନାହାନ୍ତି । ଏଥିରୁ ଆପଣ ସ୍ବତଃ ଜାଣିପାରୁଥିବେ ଯେ, ବାବୁ କେତେ ବଳୀୟାନ୍ । ଏଣୁକରି ସରକାରୀ କଳର ନେତା ମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବା ସ୍ରେୟସ୍କର ମନେ କରିଛନ୍ତି ବିରୋଧୀ । ଆଉ ସେମାନଙ୍କ ବିରୋଧର ବ୍ରହ୍ମାସ୍ତ୍ର ହୋଇଛି ଅଣ୍ଡ।।
