ବନ୍ଦ କୋଠରୀରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ

ବ୍ରହ୍ମପୁର : ଗଞ୍ଜାମ ଆସିକା ବ୍ଲକ ଅନ୍ତର୍ଗତ କେନ୍ଦୁପଦର ନିକଟରେ ବିପୁଳ ପରିମାଣର ବିଦେଶୀ ମଦ ଜବତ । ଏକ ବନ୍ଦ କୋଠରୀରୁ ବିପୁଳ ପରିମାଣର ବିଦେଶୀ ଚୋରା ମଦ ଜବତ ହୋଇଛି l ଅବକାରୀ କମିଶନର ଆଶିଷ ସିଂ ଙ୍କ ନିର୍ଦେଶ କ୍ରମେ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡର ଏକ ଟିମ ଅଚାନକ କେନ୍ଦୁପଦର ସ୍ଥିତ ଏକ ବନ୍ଦ ଘରେ ଚଢ଼ାଉ କରିଥିଲା l ୧୬ ଜଣିଆ ଟିମ ଘଟଣା ସ୍ଥଳରେ ପହଂଚି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି l ଯାହାର ଆନୁମାନିକ ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ହେବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦେଇଛି । ଏହାସହ ପୋଲିସ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *