ଢେଙ୍କାନାଳ : ବିଲକୁ ଯାଇଥିଲେ କାଟିବାକୁ ଧାନ । ଘରକୁ ଫେରିବା ବେଳେ ଜଙ୍ଗଲୀ ବାର୍ହାର ଆକ୍ରମଣ । ଆଉ ଏହି ଆକ୍ରମଣରେ ଢେଙ୍କାନାଳ ଜୋରନ୍ଦା ଅଞ୍ଚଳର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତକ ଜୋରନ୍ଦା ଗାଁର କଂଗ୍ରେସ ଗଡ଼ନାୟକ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଜୋରନ୍ଦା ଗାଁର କଂଗ୍ରେସ ଗଡ଼ନାୟକ ବିଲକୁ ଧାନ କାଟିବାକୁ ଯାଇଥିଲେ । ବିଲକୁ ଘରକୁ ଫେରିବା ବେଳେ ପଡିଗଲେ ଜଙ୍ଗଲୀ ବାର୍ହା ହାବୁଡ଼ାରେ । ଘଟଣାସ୍ଥଳରେ ବାର୍ହା ତାଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣ ପରେ କଂଗ୍ରେସଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଡାକ୍ତର କଂଗ୍ରେସଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।
