ରାଜ୍ୟରେ ବଢ଼ିବ ଶୀତ …

   ୨୬ରୁ ରାଜ୍ୟରେ ବଢ଼ିବ ଶୀତ । ବର୍ତ୍ତମାନ ରାଜ୍ୟରେ ପାଗ ମେଘୁଆ ଓ କୋହଲା ରହିଥିବା ବେଳେ ପାଗରେ ପରିବର୍ତ୍ତନ ଆସିବ । ଆକଶ ନିର୍ମଳ ରହିବା ସହ ପାଗ ଖରାଟିଆ ରହିବ । ଫଳରେ ଧିରେ ଧିରେ ରାତି ତାପମାତ୍ରା କମିବ ।

୨୬ ତାରିଖ ବେଳକୁ ତାପମାତ୍ରା ପ୍ରାୟ ୫ରୁ ୬ ଡିଗ୍ରୀ କମିଯିବ । ଫଳରେ ପୁଣି ଶୀତ ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଅଧିକ ଘନିଭୁତ ହୋଇ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଏହା ନଭେମ୍ବର ମାସରେ ବଙ୍ଗୋପସାରରେ ସୃଷ୍ଟ ଚତୁର୍ଥ ଲଘୁଚାପ ହେବ । ୨୯ କିମ୍ବା ୩୦ ତାରିଖ ବେଳକୁ ଏହା ତାମିଲନାଡୁ ଉପକୂଳ ଛୁଇଁବ । ଫଳରେ ତାମିଲନାଡୁରେ ୨୫ରୁ ୩୦ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବ ।

Leave a Reply

Your email address will not be published. Required fields are marked *