ବଢିଚାଲିଛି ବେଆଇନ ଗୋରୁ ଚାଲାଣ, ୧୦୦ ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର

ଚାନ୍ଦବାଲି :  ବଢିଚାଲିଛି ବେଆଇନ ଗୋରୁ ଚାଲାଣ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ  ବେଆଇନ ଭାବେ ଗୋଚାଲଣ ହେଉଥିବା ବେଳେ ଧରିଛନ୍ତି ସ୍ଥାନୀୟ ଲୋକେ । ଏହାସହ ୧୦୦ ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ସୂଚନାନୁସାରେ, ରବିବାର ମଧ୍ୟରାତ୍ରିରେ ଗୋଚାଲାଣ ହେଉଥିଲା । ଏସବୁକୁ ମାଫିଆମାନେ କେନ୍ଦ୍ରପଡ଼।ରୁ ଚାନ୍ଦବାଲି ଦେଇ କଲିକତା ନେଇଥାନ୍ତେ । ତେବେ ଚାନ୍ଦବାଲି ଗେମନ ବ୍ରିଜ ନିକଟରେ ସେମାନଙ୍କୁ ସ୍ଥାନୀୟ ଲୋକେ ଅଟକାଇଥିଲେ । ଏହାସହ ପୋଲିସକୁ ଖବର ଦେଇଥିଲେ ।  ପୋଲିସ ରାତିରେ ଘଟଣାସ୍ଥଳକୁ ଆସିନଥିଲା । ସକାଳ ଯାଏଁ ଲୋକେ ଓ କିଛି ସ୍ୱେଚ୍ଛାସେବୀ  ଗୋରୁ ମାଫିଆଙ୍କୁ ଅଟକ ରଖିଥିଲେ । ଶେଷରେ ସକାଳେ ପୋଲିସ ଆସି ଅଟକ ମାଫିଆଙ୍କୁ ଥାନାକୁ ନେଇଥିଲା । ସର୍ବଦା ଏହି ଅଞ୍ଚଳ ଦେଇ ଗୋ ଚାଲାଣ ହେଉଥିବା ବେଳେ ପୋଲିସର ନୀରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *