ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ ମାଧପୁର ରେଞ୍ଜ ତଳଗାଁ ଠାରୁ ଚାଲାଣ ହେଉଥିବା ଶାଗୁଆନ ପଟା ଜବତ । ପଟା ବୋଝେଇ ଅଟୋକୁ ବାଣିଗୋଛା ଠାରେ ବାଣିଗୋଛା ବନ୍ୟପ୍ରାଣୀ ବିଭାଗ ଜବତ କରିଥିବା ଜଣାପଡ଼ିଛି । ହେଲେ ଅଟୋର ଡ୍ରାଇଭର ଫେରାର ହୋଇଥିବା ଜଣାପଡ଼ିଛି । ମାଧପୁର ରେଞ୍ଜ ତଳଗାଁ ଅଞ୍ଚଳରୁ ନୟାଗଡ ଜିଲ୍ଲା ବାଣିଗୋଛା ପଟକୁ ଏକ ଅଟୋରେ ୧୧ ପିସ ଶାଗୁଆନ ପଟା ଧରି ଦ୍ରୁତ ଗତିରେ ଚଂପଟ ମାରି ଚାଲିଯାଉଥିବା ବେଳେ ଗଣ୍ଡାପାଜୁ ନେତାଜୀ ଯୁବକ ସଂଘର ସଭ୍ୟମାନେ ବିଶେଷ ସୁତ୍ରରୁ ଖବର ପାଇ ବଦଲା ଫରେଷ୍ଟରଂକୁ ଖବର ଦେଇଥିଲେ । ବାଣିଗୋଛା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଇ ଉକ୍ତ ଅଟୋକୁ ଧରାଯାଇଛି । ଅଟୋ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଅଟୋରେ ଥିବା ୧୧ ଟି ଶାଗୁଆନ କାଠକୁ ଜବତ କରିଛି ବନବିଭାଗ ।
