ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ, ଆଜି ବି ଡିବିରି ଆଲୁଅ ଏବଂ ଝରଣା ପାଣି ପିଇ ଜୀବନ ବିତାଉଛନ୍ତି ଅନୁସୂଚିତ ଜନ ଜାତିର ଲୋକ

ଦାରିଙ୍ଗବାଡି : ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ସରକାର ଲୋକେ କିପରି ମୌଳିକ ସୁବିଧାରୁ ବଞ୍ଚିତ ନହେବେ ସେନେଇ ଚେଷ୍ଟା ଜାରି ରଖିଛନ୍ତି । ହେଲେ ଆଜି ବି ଏମିତି ଗ୍ରାମ ରହିଛି ଯେଉଁଠି କି ସରକାରଙ୍କ ଯୋଜନା  ପହଁଚିବା ପରିବର୍ତେ ଅଧା ବାଟରୁ ବାଟ ହୁଡୁଛି । ଅନୁସୂଚିତ ଜାତି ଜନ ଜାତିର ଲୋକଙ୍କ ଏବେବି ଭରସା ସେଇ ଡିବିରି ଆଲୁଅ, ଝରଣା ଚୁଆ ପାଣି, ଛଣ ଛପର ମାଟିଘର, ଆଉ ବାହାରେ ମଳତ୍ୟାଗ କରିବା ।

ଏଭଳି ଏମିତି ଏକ ଗ୍ରାମ ହେଉଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଗ୍ରାମପଞ୍ଚାୟତ ଏକନମ୍ବର ୱ।ଡ଼ର  ଟେଟେ ପାଦେର ଗ୍ରାମ । ଗ୍ରାମରେ ୨୫ଗୋଟି ପରିବାର ରହୁଥିବା ଅନୁସୂଚିତ ଜାତି ଜନଜାତିର ଲୋକ ଏପରି ଅସୁବିଧା ଭୋଗ କରୁଛନ୍ତି । ଯେମିତି ଗ୍ରାମକୁ ଦେଖିଲେ ଲାଗୁଛି ଏମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏପଟେ ନିଜେ ପ୍ରତିନିଧି ବାଛି ଥିବା ସରପଞ୍ଚ ଏବଂ ସମିତିସଭ୍ୟ କୌଣସି ଦୃଷ୍ଟି ଦେଉନଥିବାରୁ ସମଷ୍ୟା ସମାଧାନ ହେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *