ବଣାଇ;(ଲୋକନାଥ ସାମଲ)
ବଣାଇ ଉପଖଣ୍ଡ କୋଇଡା ବ୍ଲକ୍ ଅନ୍ତର୍ଗତ ସାନ ରକ୍ସି ର କୁଶଳ ତିର୍କି ମିନି ଷ୍ଟାଡିୟମରେ ସପ୍ତାହେ ବ୍ୟାପି ହେବାକୁ ଥିବା ହକି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବଣାଇ ବନଖଣ୍ଡ ଅଧିକାରୀ ସନତ୍ କୁମାର ଏନ୍ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଵଣାଇ ପିଏ ଆଇ ଟି ଡିଏ ଲଲାଟ କୁମାର ଲୋହା, କୋଇଡା ତହସିଲଦାର ଶୁଭଦର୍ଶୀ ଯୋଶୀ ପ୍ରମୁଖ ଯୋଗଦେଇଥିଲେ।
ପ୍ରାରମ୍ଭିକ ପର୍ଯ୍ୟାୟରେ ନାଚ, ଗୀତ ଓ ବାଦ୍ୟ ର ତାଳେତାଳେ ମୁଖ୍ୟ ଅତିଥି କୁଂ ଷ୍ଟାଡିୟମ କୁ ପାଛୋଟି ନେବାପରେ , ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ପରେ ମୁଖ୍ୟ ଅତିଥି କଂ ଦ୍ଵାରା ଆନୁଷ୍ଠାନିକ ଭାବେ ଖେଳାଳି ମାନଙ୍କ ସହିତ ପରିଚୟ ପ୍ରଦାନ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ ପ୍ରାରମ୍ଭିକ ମ୍ୟାଚ୍ ମଞ୍ଚାଵେଡା ଓ କୁନ୍ଦୁରୁଵୁରୁ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା

