ଦୋଳାରେ ବୁହା ହେଲେ ମହିଳା

ଗଜପତି:  ଗଜପତି ଜିଲ୍ଲାରେ ପୁଣି ଯନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ । ୩ କିଲୋମିଟର ଦୋଳାରେ ବୁହା ହେଲେ ମହିଳା । ଗଜପତି ଜିଲ୍ଲା ମୋହନା ବ୍ଲକ ହୁଏରି ଗାଁରୁ ଆସିଛି ଏଭଳି ଚିତ୍ର ।

ଗତ ୧୫ ତାରିଖରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ଶଙ୍କୁନ୍ତଳା ମଲ୍ଲିକ । ଅଧିକ ରକ୍ତସ୍ରାବ ହେବାରୁ ଶୁକ୍ରବାର ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ।

ତେବେ ଗାଁକୁ ରାସ୍ତା ନଥିବାରୁ ତାଙ୍କୁ ଦୋଳା କରି ୩ କିଲୋମିଟର ଗଣ୍ଡାପଦର ପର୍ଯ୍ୟନ୍ତ ଆଣିଥିଲେ ପରିବାର ଲୋକ । ସେଠାରୁ ଏକ ଅଟୋ ଭଡା କରି ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ସେଠାରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Leave a Reply

Your email address will not be published. Required fields are marked *