ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ

କଣ୍ଟାବାଞ୍ଜି  : କଣ୍ଟାବାଞ୍ଜିର ବିଭିନ୍ନ ସ୍ଥାନରେ ବନବିଭାଗର ଚଢାଉ । ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ହେବ ବୋଲି ଏସସିଏଫ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ,   ବଲାଙ୍ଗିର ଡିଏଫଓଙ୍କ ନିର୍ଦେଶ କ୍ରମେ ଆଜି କଣ୍ଟାବାଞ୍ଜି ସହରରେ ବିଭିନ୍ନ ସ୍ଥାନରେ ବନ ବିଭାଗ ଚଢ଼ାଉ କରିଛି । ଏସସିଏଫ ବାବାଜୀ ଚରଣ ରାଉଳଙ୍କ ଉପସ୍ଥିତିରେ କଣ୍ଟାବାଞ୍ଜି, ଲାଠୋର, ଖପ୍ରାଖୋଲ , ଲୋଇସିଙ୍ଘା ବନ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ଥିଲେ । କଣ୍ଟାବାଞ୍ଜି ସିଙ୍ଗଲପଡା ଓ ଝଙ୍କାର ପଡାର ୪ ଟି ସ୍ଥାନରେ , ଆମପଡାରେ ୨ ଟି ସ୍ଥାନରେ ବେଆଇନ ଭାବେ କାଠ ରଖିଥିବା ଅଭିଯୋଗରେ ଚଢ଼ାଉ ହୋଇଥିଲା ।  ଚଢ଼ାଉ ସମୟରେ ବିପୁଳ ପରିମାଣର ଶାଗୁଆନ କାଠ, ସହ ଆସବାବପତ୍ର ଜବତ ହୋଇଇଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ହେବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *