କେନ୍ଦୁଝର ଜିଲ୍ଲାରେ ହାତୀପଲଙ୍କ ଉତ୍ପାତ

ପାଟଣା : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ରେଞ୍ଜରୁ ଆସି ଜ୍ୟୋତିପୁର ନିକଟରେ ବୈତରଣୀ ନଦୀ ପାର ହୋଇ ଚମ୍ପୁଆ ରେଞ୍ଜକୁ ପ୍ରବେଶ କରିଛନ୍ତି । ହାତୀପଲ ଜ୍ୟୋତିପୁର ବୈତରଣୀ ନଦୀ ନିକଟରେ ଥିବା ଏଲଆଇ ପଏଣ୍ଟର ପାଣି ପାଇପଗୁଡିକ ଭାଙ୍ଗିବା ପରେ  ଅମଳ ପାଇଁ ରଖା ଯାଇଥିବା ଧାନ ବିଡା ଖାଇଦେଇଥିଲେ । ଏଥିସହ ପଦ୍ମପୁର ମାଳିପଶି ଜ୍ୟୋତିପୁର ଅଞ୍ଚଳରେ ଏକର ଏକର ଜମିରେ  ପାଚିଲା ଧାନକୁ ମାଡି ଚକଟି ଏହି ହାତୀପଲ ନଷ୍ଟ କରିଛନ୍ତି । ହାତୀପଲରେ ୧୧ ଟି ମାଈ ହାତୀ ୫ଟି ଦନ୍ତା ଓ ୧୦ ଟି ଛୁଆ ହାତୀ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଏବେ ହାତୀପଲ ମାଳିପଶି ଗାଁ ନିକଟ ଜଙ୍ଗଲରେ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଖୁବଶୀଘ୍ର ହାତୀପଲଙ୍କୁ ଘଉଡାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *