ମହାନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

କଟକ : ମହାନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । କଟକ ଯୋବ୍ରା ଆନିକଟର ୪୪ ନମ୍ବର ଗେଟ୍‌ ନିକଟରେ ଭାସୁଛି ଏହି ଅଜଣା ବ୍ୟକ୍ତିଙ୍କ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଖବର ଅନୁଯାୟୀ, ଶନିବାର ଯୋବ୍ରା ଆନିକଟର ୪୪ ନମ୍ବର ଗେଟ୍‌ ନିକଟରେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଥାନାକୁ ଖବର ଦିଆଯାଇଥିଲା । ଖବର ପାଇଁ ପୋଲିସ  ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ ମୃତଦେହଟି କାହାର ଏବଂ ଏଠାକୁ କିପରି ଆସିଲା । ସେନେଇ ଖୋଲତାଡ଼ ଜାରି ରଖିଛି ପୋଲିସ । ବ୍ୟକ୍ତିଙ୍କ ମୃତ୍ୟୁ ପଛର କାରଣ କଣ ? ସେ ଆତ୍ମହତ୍ୟା କରିଛନ୍ତି,  ନା ଆଉ କିଛି । ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *