ଭୁବନେଶ୍ୱର : ପ୍ରକୃତି ମିଶ୍ର ଓଡିଆ ସିନେ ଜଗତର ବେସ ପରିଚିତ ନାଁଟେ । ବାପା ମନମଥ ମିଶ୍ର ସୁନାମ ଧନ୍ୟ କଣ୍ଠଶିଳ୍ପି ଭଜନର ବେତାଜ ବାତସାହା । ପ୍ରକୃତି ପିଲାଦିନୁ ଓଡିଆ ସିନେମାରେ ଅଭିନୟ କରି ଓଡିଶାର ଘରେ ଘରେ ପରିଚିତ ଆଜିବି ଓଡିଶା ବାଶି ତାଙ୍କୁ ଛୋଟପିଲା ବୋଲି ଭାବନ୍ତି । କିନ୍ତୁ ଛୋଟପିଲା ଯେ ବଡ ହୋଇଯାଇଛନ୍ତି, ଆଉ ବଡ ବଡ ଭୁଲ କରିବା ଆରମ୍ଭ କରିଦେଇଛନ୍ତି ସେକଥା ବିଭିନ୍ନ ସମୟରେ ଦେଖିବାକୁ ମିଳିଲାଣି । କେତେବେଳେ ନିସିଦ୍ଧାଞ୍ଚଳକୁ ବୁଲିବାକୁ ଯାଇ କ୍ଷମା ମାଗିବା ହେଉକି ଏବେ ଏକ ଆପତ୍ତି ଜନକ ନାଚ ନାଚିବା ହେଉ । ଆମେ ଯେଉଁ ସଂସ୍କୃତି ପରମ୍ପରାକୁ ନେଇ ଗର୍ବକରୁ ସେହି ସଂସ୍କୃତି ପ୍ରକୃତିଙ୍କ ଏଭଳି ନାଚକୁ ଗ୍ରହଣ କରିପାରିବ ନାହିଁ । ତେବେ ପ୍ରକୃତି ନିଜେ ନିଜ ସୋସିଆଲ ସାଇଟରେ ଛାଡିଥିବା ଏଇ ନାଚ ଯେକେହିବି ଦେଖିନବ ତାକୁ ଟିକେ ସରମତ ଲାଗିବ, କିନ୍ତୁ ପ୍ରକୃତିଙ୍କୁ କିଛି ସରମ ଲେଗିନି ବୋଧେ । ସେ ଯାହାବି ହେଉ ପ୍ରକୃତିଙ୍କ ବାପାଙ୍କର ଗୋଟେ ସ୍ୱତନ୍ତ୍ର ପରିଚୟ ଅଛି, ତାଙ୍କ ଝିଅ ହୋଇ ପ୍ରକୃତିଙ୍କ ଏଭଳି ନାଚକୁ ସୋସିଆଲ ମିଡିଆରେ ନା ପସନ୍ଦ କରାଯାଉଥିବା ଦେଖିବାକୁ ମିଳିଛି ।
