ଖଣି ଖନନ ନାଁରେ ପ୍ରଭାବିତ ଆଦିବାସୀଙ୍କ ଜୀବନ ଜିବୀକା, ଲୋପ ପାଇ ଯାଉଛନ୍ତି ଅନେକ ଜନଜାତି

କଲମପୁର : ଖଣି ଖନନ ନାଁରେ ପ୍ରଭାବିତ ହେଉଛି ଆଦିବାସୀଙ୍କ ଜୀବନ ଜିବୀକା । ଲୋପ ପାଇ ଯାଉଛନ୍ତି ଅନେକ ଜନଜାତି । ଆଦିବାସୀ ଜୀବନ ଜିବୀକା ପ୍ରଭାବିତ ହେଲେ ଆଦିବାସୀ କଦାପି ନିରବ ରହିବ ନାହିଁ । ଏହି ଜଙ୍ଗଲ ହେଉଛି ସେମାନଙ୍କ ମା ଓ ବାପା । ଏହି ଜଙ୍ଗଲର ଝରଣା ପାଣି ପିଇ ସେମାନେ ଜିଉଁଛନ୍ତି । ସେମାନଙ୍କ ଖାଦ୍ୟ ହେଉଛି ଏହି ଜଙ୍ଗଲିଜାତ ଫଳ ଓ ମୂଳ । ସେମାନେ ଗଙ୍ଗ। କେଉଁଠାରେ ବହେ ଜାଣନ୍ତି ନାହିଁ, ସେମାନଙ୍କ ପାଇଁ ଗଙ୍ଗା ହେଉଛି ଏହି ଜଙ୍ଗଲରୁ ପ୍ରବାହିତ ଝରଣା । ଆଉ ପାହାଡ ଶିଖର ହେଉଛି ସେମାନଙ୍କ ପାଇଁ ସ୍ୱାର୍ଗ । ତେଣୁ ଏହାର କ୍ଷତି କୁ କଦାପି ଆଦିବାସୀ ବରଦାସ୍ତ କରିବେ ନାହିଁ । ହୁଏତ ଏଥିପାଇଁ ଜୀବନ ଦେବାକୁ ପଡେ ତେବେ ମଧ୍ୟ ପଛେଇବେ ନାହିଁ । ଏଭଳି ଏକ ନିଷ୍ପତି ନେଇଛନ୍ତି ଖଣ୍ଡୁଆଳ ମାଳି ଅଂଚଳରେ ବସବାସ କରୁଥିବା ନିରୀହ ଆଦିବାସୀ ।

Leave a Reply

Your email address will not be published. Required fields are marked *