ବାଇକ ସୋ ରୁମରେ ଚାଲିଥିଲା ବଜ୍ରକାପ୍ତା ବେପାର

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ପୋଲିସକୁ ବଡ଼ ସଫଳତା । ଗୁରୁବାର ବିଳମ୍ବିତ ରାତିରେ କରଞ୍ଜିଆ ଗୋଲେଇ ବାଇପାସ ନିକଟରେ ଥିବା ଏକ ବାଇକ ସୋ ରୁମରେ ଚାଲିଥିଲା ବଜ୍ରକାପ୍ତା ବେପାର  । ଚଢଉ କରି ପର୍ଦ୍ଦାଫାସ କଲା ପୋଲିସ ।

ଚଢଉ ବେଳେ ପୋଲିସ ୧୫ ଜଣ ଆନ୍ତରାଜ୍ୟ ବେପାରୀଙ୍କୁ ଧରି ବନ ବିଭାଗକୁ ହସ୍ତାନ୍ତର କରିଛି । ଫଳରେ କାରବାରରେ ଲିପ୍ତ ଥିବା ପାଖାପାଖି ୧୫ ଜଣକୁ ବର୍ତ୍ତମାନ ଅଟକ ରଖି ତଦନ୍ତକୁ ଜୋରଦାର କରାଯାଇଛି ।  ଏହି କାରବାର ପଛରେ ଏକ ଆନ୍ତରାଜ୍ୟ ଗ୍ୟାଙ୍ଗ୍ କାମ କରୁଥିବା ନେଇ ଅନୁମାନ କରୁଛି ବନବିଭାଗ ।

ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ ଅଟକ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୮ଜଣ କେନ୍ଦୁଝରର ହୋଇଥିବା ବେଳେ ଜଣେ ଯାଜପୁରର, ୩ଜଣ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟର । ଅନ୍ୟ ତିନି ଜଣ ସ୍ଥାନୀୟ କରଂଜିଆର ବୋଲି ଜଣାପଡିଛି ।  ଏନେଇ କରଂଜିଆ ଏସିଏଫ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *