ସୋର : ସୋରର ଜନସାଧାରଣଙ୍କ ଜୀବିକା ଉପାର୍ଜନର ସୁଯୋଗ ସୃଷ୍ଟି ସହିତ ପୌରାଞ୍ଚଳର ଭୀତିଭୂମି ବିକାଶ ନିମନ୍ତେ ଏକାଧିକ ଜନକଲ୍ୟାଣକାରି ପ୍ରକଳ୍ପ ମିନି ପାର୍କ, ଜିମ୍, ପିଲାମାନଙ୍କ ପାଇଁ ଉଦ୍ୟାନ ସହିତ ଖେଳ ସାମଗ୍ରୀ, ଜଳାଶୟ, ଖେଳ ପଡିଆ, ଶୌଚଳୟ ଏବଂ ଭେଣ୍ଡିଂ ଜୋନ୍ ଭଳି ଗୁରୁତ୍ବପୂର୍ଣ ପ୍ରକଳ୍ପ ନିର୍ମାଣ କରାଯିବାକୁ ସୋର ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ତାହା ରାଜ୍ୟସରକାରଙ୍କ ପାଖରୁ ଅନୁମୋଦନ ହେବା ସହ ଅର୍ଥ ବରାଦ ହୋଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡା , ଏଥିସହ ସେ ମୁଖ୍ୟମନ୍ତ୍ରୀଙ୍କୁ ସୋର ବାସିଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି । ସୋର ପୌରାଞ୍ଚଳର ଭୀତିଭୂମି ବିକାଶ ନିମନ୍ତେ ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡର ଜନସାଧରଣଙ୍କ ଆପୋଷ ଆଲୋଚନା ତଥା ସହମତିରେ ଭୀତିଭୂମି ବିକାଶ ନିମନ୍ତେ ସମସ୍ତ ୱାର୍ଡ ପାଇଁ ୬୭ ଗୋଟି ପ୍ରକଳ୍ପ ନିର୍ଦ୍ଧାରିତ ହୋଇଥିବା ବେଳେ ୩ କୋଟି ୮ଲଖ୍ୟ ୬୪ ହଜାର ମୂଲ୍ୟ ରହିଛି ଯାହା ସୋରର ସହରାଞ୍ଚଳ ବିକାଶରେ ଆଉ ଏକ ଫର୍ଦ ହୋଇ ଯୋଡିଜିବ I ଅନ୍ୟପଟେ ଏହି ପ୍ରକଳ୍ପ ଭେଟି ଆଗାମି ମୁନିସ ପାଲିଟି ନିର୍ବାଚନରେ ବିଜେଡିକୁ ମଜଭୁତ କରିବ ବୋଲି ଆଲୋଚନା ହେଉଛି I
