ମନରେଗା ଯୋଜନାରେ ଅନିୟମିତତା ନେଇ ଗୁଡ଼ଭେଳା ବିଡିଓଙ୍କ ନିକଟରେ ଅଭିଯୋଗ

ଗୁଡ଼ଭେଳା : ଗୁଡ଼ଭେଳା ବ୍ଳକ ଅନ୍ତର୍ଗତ ଚିଚେଡ଼ ପଞ୍ଚାୟତର ତୁର୍ଲା ଗାଁରେ ମନରେଗା ଯୋଜନାରେ ହେଉଥିବା କାମରେ ଅନିୟମିତତା ନେଇ ଗୁଡ଼ଭେଳା ବିଡିଓଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁର୍ଲା ଗାଁରେ ମନରେଗା ଯୋଜନାରେ ନିଯୁକ୍ତି ହୋଇଥିବା କର୍ମଚାରୀ ରାଜ୍ୟ ବାହାରେ ଥିବା ଯୁବକ, ବ୍ୟବସାୟୀ, ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀଙ୍କ ନାଁରେ କାମ କରିଥିବା ନେଇ ହଜାର ହଜାର ଟଙ୍କା ପକାଇଛନ୍ତି ବୋଲି ଗାଁର ରସିକ ନାଗ, ରଞ୍ଜିତ ନାଗ, ଯଶୋଦା ନାଗ, ଗଣେଶ ନାଗ, ପାନପତରୀ ନାଗ, କାର୍ତ୍ତିକ ନାଗ, ବତୀ ନାଗଙ୍କ ସମେତ ଶତାଧିକ ଲୋକ ବିଡିଓଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ଏପରିକି ଏହି ଗାଁରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ହେଉଥିବା ଜମି ଉନ୍ନତିକରଣ, ରାସ୍ତା କାମ, ଷ୍ଟ୍ରେନଜ, ପୋଖରୀ ଖନନ କାର୍ୟ୍ୟରେ ମୃତ ଓ ରାଜ୍ୟ ବାହାରେ ଥିବା ଶ୍ରମିକ କାମ କରିଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । କିନ୍ତୁ ଗୁଡ଼ଭେଳା ବିଡିଓ ଅଭିଯୋଗ କରିବାର ୧୫ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଅନୁସନ୍ଧାନ କରୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *