ଭଦ୍ରକ : ପୋଲିସ ଚେକିଂ ଦେଖି ଖସିପଳାଉଥିଲେ ଦୁଇ ବାଇକ୍ ଆରୋହୀ । ସନ୍ଦେହ କରି ଗୋଡ଼ାଇ ଧରିଲା ପୋଲିସ । ଚେକିଂ ବେଳେ ଜବତ ହେଲା ୮୦ ଗ୍ରାମ ବ୍ରାଉନସୁଗାର । ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ପୋଲିସ ସତସଙ୍ଗ ବିହାର ଛକ ନିକଟରେ ଚେକିଂ କରୁଥିଲା । ଦୁଇ ବାଇକ୍ ଆରୋହୀ ପୋଲିସକୁ ଦେଖି ଖସି ପଳାଉଥିଲେ । ପରେ ପୋଲିସ ଗୋଡ଼ାଇ ଗୋଡ଼ାଇ ଦୁଇ ବାଇକ୍ ଆରୋହୀଙ୍କୁ ନନ୍ଦପୁର ଛକ ନିକଟରେ ମାଡିବସିଥିଲା । ଯାଞ୍ଚ ବେଳେ ଦୁଇ ଯୁବକଙ୍କ ନିକଟରୁ ୮୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ବୋଲି ଚାନ୍ଦବାଲି ଏସଡ଼ିପିଓ ସୂଚନା ଦେଇଛନ୍ତି । ତେବେ ଗିରଫ ଦୁଇ ଜଣ ହେଲେ ତିହିଡି ଥାନା ବୁଧୁପୁରର ପରେଶ ଜେନା ଓ ପିରାହାଟ ଥାନା ଛାତ୍ରପଦାର ରଶ୍ମି ରଞ୍ଜନ ନାଥଶର୍ମା ବୋଲି ପୋଲିସ ସୂଚନା ଦେଇଛି । ତେବେ ଅଧିକ ତଦନ୍ତ ପାଇଁ ପୋଲିସ ସ୍ପଷ୍ଟ ତଥ୍ୟ ପ୍ରକାଶ କରିନାହିଁ ।
