କଣ୍ଟାବଞ୍ଜି : ଜିଏସ୍ଟି ରେଡ୍ । କଣ୍ଟାବାଞ୍ଜିର ଏକ ଦୋକାନାରେ ରାଜ୍ୟ ସରକାରଙ୍କ ବାଣିଜ୍ୟ କର ଓ ଦ୍ରବ୍ୟ ସେବା କର ପକ୍ଷରୁ ରେଡ୍ କରାଯାଇଛି । ଟିକସ ଫାଙ୍କୁ ଥିବା ଅଭିଯୋଗରେ ଜିଏସ୍ଟି ରେଡ୍ ହୋଇଛି ।

ଖବର ଅନୁଯାୟୀ, କଣ୍ଟାବାଞ୍ଜି ସହରର ୱାର୍ଡ ନଂ ୩ ରେ ଥିବା ରାଜୀବ ଅଗ୍ରୱାଲଙ୍କ ଆରକେ ଟ୍ରେଡ଼ର୍ସର ପ୍ଲାଇଉଡ଼ ଦୋକାନ ଓ ଗୋଦାମରେ ରେଡ୍ ଜାରି ରହିଛି । ବଲାଙ୍ଗୀର – ନୂଆପଡା ବାଣିଜ୍ୟ କର ଓ ଦ୍ରବ୍ୟ ସେବା କର ଦଳ ମିଳିତ ଭାବେ ଏହି ଚଢ଼ାଉ କରିଛି । ଟିକସ ଫାଙ୍କୁଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାଯାଇଛି । ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିଥିବା ସୂଚନା ମିଳିଛି ।
