ଭୁବନେଶ୍ୱର : ରାତି ଅଧିଆ ଗାଈ ଚୋରୀ କରୁଛନ୍ତି ଗୋ ମାଫିଆ । ଚୋରୀ କରୁଥିବା ବେଳେ ଚୋରୀ ସମୟର ଦୃଶ୍ୟ CCTV ରେ କଏଦ ହୋଇଛି । କେଶୁରା ବାଇପାସରେ ରାତିରେ ବିଭିନ୍ନ ସ୍ଥାନରୁ ଗାଈ ଓ ଷଣ୍ଡ ଚୋରିର ଅଭିଯୋଗ ବାରମ୍ୱାର ହେଉଛି । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।
CCTV ଭିଜୁଆଲ ସହ ଅନେକ ସମୟରେ କେତେକ ନିର୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପୃକ୍ତ ଥିବା କଥା ବାରମ୍ବାର ରାଜଧାନୀର ବିଭିନ୍ନ ଥାନାରେ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ଆଜି ଯାଏ ପୋଲିସ କୌଣସି ଆକ୍ସନ ନେଉନାହିଁ । ଯେଉଁଥି ପାଇଁ ଗୋ ମାଫିଆମାନେ ଏଭଳି ଦୁଃସାହସ କରିବା ପାଇଁ ସାହସ କରୁଛନ୍ତି ।
